ଲଳିତଗିରିରେ ଏନଡିଆରଏଫ ପକ୍ଷରୁ ମକ୍ ଡ୍ରିଲ

ବାରଙ୍ଗ,୨୯/୧୧(ଏସଏସନିୟୁଜ)ଆଜାଦି କା ଅମୃତ ମହୋତ୍ସବ ଅବସରରେ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ ୩ୟ ବାହିନୀ ପକ୍ଷରୁ କଟକ ଲଳିତଗିରି ଠାରେ ଏକ ମକ୍ ଡ୍ରିଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ସେକେଣ୍ଡ ଇନ କମାଣ୍ଡ ବର୍ଦ୍ଧମାନ ମିଶ୍ରାଙ୍କ ତତ୍ତ୍ଵାବଧାନରେ ଭୁଷ୍ଫଳନ ସମୟରେ ଲୋକଙ୍କୁ କିପରି ସୁରକ୍ଷିତ ଉଦ୍ଧାର କରାଯିବା ସେନେଇ ଏହି କର୍ମଶାଳା ଆୟୋଜିତ ହୋଇଯାଇଛି।ଏଥିରେ ଏନଡିଆରଏଫ ସମେତ ଓଡ୍ରାଫ ଟିମ,ଦମକଳ ବାହିନୀ,ସ୍ଥାନୀୟ ପୋଲିସ,ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ,ସ୍ଥାନୀୟ ପ୍ରଶାସନ ପ୍ରମୁଖ ଏହି ମକ ଡ୍ରିଲରେ ସାମିଲ ହୋଇଥିଲେ। ପୂର୍ବାହ୍ନ ୧୧ ଘଟିକା ଠାରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ ଏହି ମକ ଡ୍ରିଲ ଚାଲିଥିଲା। ଏହି ମକ ଡ୍ରିଲରେ ୪ ଜଣ ପୀଡ଼ିତଙ୍କୁ ଉଦ୍ଧାର କରାଯାଇଥିଲା। ସମସ୍ତ ବାହିନୀର ସଦସ୍ୟଙ୍କ ସମେତ ସ୍ଥାନୀୟ ଲୋକଙ୍କୁ ମିଶାଇ ସମୁଦାୟ ୨୬୧ ଜଣ ଉପସ୍ଥିତ ରହି ଏହି କୌଶଳ ଶିଖିଥିଲେ।

 

 

Comments (0)
Add Comment