ଭୁବନେଶ୍ବର,୪/୧୨(ଏସ ଏସ ନିଉଜ)ବାତ୍ୟା ‘ଜୱାଦ ପ୍ରଭାବରେ କମ୍ ପବନ ବହିବା ସହ ପ୍ରବଳ ବର୍ଷା ହେବ ବୋଲି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଜେନା କହିଛନ୍ତି, ଆଇଏମଡି ସୂଚନା ଅନୁସାରେ ବିଶାଖାପାଟନମ ଠାରୁ ୨୧୦ କିମି, ଗୋପାଳପୁରଠାରୁ ୩୨୦ କିମି, ପୁରୀରୁ ୩୯୦ କିମି ଓ ପାରାଦୀପଠାରୁ ୪୭୦ କିମି ଦୂରରେ ବାତ୍ୟାର ଅବସ୍ଥିତି ଅଛି। ଘଣ୍ଟାକୁ ୬ କିମି ବେଗରେ ବାତ୍ୟା ଗତି କରୁଛି। ମଧ୍ୟରାତ୍ରରୁ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଆସନ୍ତାକାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଞ୍ଚିବ। ଏହାର ତୀବ୍ରତା ହ୍ରାସ ପାଇବା ସହ ପୁରୀରେ ପହଞ୍ଚିଲା ବେଳକୁ ଅବପାତରେ ପରିଣତ ହେବ। ଏହି ସମୟରେ ଘଣ୍ଟାକୁ ୬୦ରୁ ୭୦ କିମି ପବନ ରହିବ। ସ୍ଥଳଭାଗରେ ପଶି ସମୁଦ୍ରକୁ ଚାଲିଯିବ। ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଆଡ଼କୁ ଯିବ। ରିକର୍ଭ କରି ବେଗ କମିବ। ଗଞ୍ଜାମ, ପୁରୀ, ଜଗତସିଂହପୁରଓ ଖୋର୍ଦ୍ଧାରେ ପ୍ରବଳରୁ ଅତିପ୍ରବଳ ବର୍ଷା। ହେବ ।ଚାଷ ଅଧିକ କ୍ଷତି ହେବ। ପନିପରିବା କ୍ଷତି ହେବ।ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରି ରାତି ସୁଦ୍ଧା ଏହାର ପ୍ରଭାବ କମିଯିବ ବୋଲି କହିଛନ୍ତି।