ଲୋକଙ୍କଠାରୁ ଶୁଣିଲେ, କାଦୁଅ ରାସ୍ତାରେ ଚାଲିଲେ

ଭଦ୍ରକ,୧୨/୭(ଏସଏସନିଉଜ) କାଦୁଅ ରାସ୍ତାରେ ଚାଲିଚାଲି ଗଲେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ।ଆଜି ବାବ ଆଖଣ୍ତଳମଣି ମନ୍ଦିରରେ ଚାଲିଥିବା ଉନ୍ନୟନମୂଳକ କାମ ଅନୁଧ୍ୟାନ କରିବା ସହ ନୂତନ ଶ୍ରାବଣୀ ମନ୍ଦିରର ପ୍ରତିଷ୍ଠା କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।ଏହି ସମୟରେ ସ୍ଥାନିୟ ଲୋକମାନଙ୍କ ସହ ବିଭିର୍ଣ ବିଷୟରେ ଆଲୋଚନା କରିବାପରେ ଆରଡି ପ˚ଚାୟତର ୧୦ନମ୍ବର ଓାର୍ଡରେ ରାସ୍ତା ଓ ଡ୍ରେନେଜ କୁ ନେଇ ଦେଖାଦେଇଥିବା ଅବବସ୍ଥା ବିଷୟରେ ଜାଣିବାକୁ ପାଇଥିଲେ ।ଏହାପରେ ଉପଜିଲ୍ଲାପାଳ, ତହସିଲଦାରଙ୍କୁ ସାଙ୍ଗରେ ଧରି କାଦୁଅ ରାସ୍ତାରେ ଚାଲି ଚାଲି ଯାଇ ପକୃତ ଘଟଣାକୁ ପରଖିଥିଲେ ।

Comments (0)
Add Comment