ଲୁଟିଲେ ଟଙ୍କା ,ଦେଲେ ପାର୍ସଲ ଫଟୋ

ଚୈାଦ୍ୱାର,୩/୪(ଏସ୍‌ଏସ୍‌ନିୟୁଜ) ପ୍ରଲୋଭନରେ ପଡି ଠକାମିର ଶିକାର ହେଲେ ଯୁବକ । ପାଠଶାଠ ପଢି ଫଟୋଗ୍ରାଫି କୁ ପେଶା ଓ ନିଶା କରି ନିଜ ଗୁଜରାଣ ମେଂଟାଉଥିବା ଯୁବକ ହେଉଛନ୍ତି ଚୈାଦ୍ୱାର କୟଳପଡା ଗ୍ରାମର ଦେବେନ୍ଦ୍ରସ୍ୱାଇଁ(୨୬) । ସେ ଏକ ବିଜ୍ଞାପନକୁ ଆଧାର କରି ଓଏଲଏକ୍ସରେ ଏକ ପୁରୁଣା କ୍ୟାମେରା କିଣିବା ପାଇଁ ଯୋଗଯୋଗ କରିଥିଲେ । ବିଜ୍ଞାପନ ଦେଇଥିବା ବ୍ୟକ୍ତି ଙ୍କ ସହ କଥା ହୋଇ କ୍ୟାମେରାର ମୁଲ୍ୟ ୨୪ହଜାରେ ଟଙ୍କା ଛିଣ୍ଡାଇଥିଲେ । ଏହାପରେ ଅଗ୍ରିମ ବାବଦକୁ ୨ହଜାରେ ଟଙ୍କା ଦେଇଥିଲେ । କ୍ୟାମେରା ପାଖରେ ପହଁଚଇାବାପରେ ବଳକା ଟଙ୍କା ନେବାକୁ ଉଭୟଙ୍କ ମଧ୍ୟରେ କଥାବାର୍ତା ଚୁଡାନ୍ତ ହୋଇଥିଲା । କ୍ୟାମେରାର ମାଲିକ ବୋଲାଇ ବିଜ୍ଞାପନ ଦେଇଥିବା ବ୍ୟକ୍ତି ଜଣଙ୍କ ଚତୁରତରା ସହ ପର୍ଯ୍ୟାୟକ୍ରମେ ବିଭିର୍ଣ ଆଳ ଦେଖାଇ ଟଙ୍କା ଲୁଟି ଚାଲିଥିଲେ । କିନ୍ତୁ ସମୟମୁତାବକ କ୍ୟାମେରା ପାଖରେ ନପହଂଚିବାରୁ ବ୍ୟତିବ୍ୟସ୍ଥ ହୋଇ ଦେବେନ୍ଦ୍ର କଥା ହେବାପରେ କୋରିଅରରେ କ୍ୟାମେରା ଯାଇଥିବାର ପ୍ରମାଣ ଦେଇଥିଲେ ।କୋରିଅର ସଂସ୍ଥାର କର୍ମଚାରୀଙ୍କ ସହ କଥାବାର୍ତା ହେବାପରେ କ୍ୟାମେରା ତୁମ ଲୋକେସନରେ ପହଁଚିବାର କେବଳ ଆଶ୍ୱସନା ଦେବେନ୍ଦ୍ରଙ୍କୁ ମିଳିଥିଲା ।କୋରିଅରକର୍ମଚାରୀ ପାଖରେ ପହଁଚିବା ପୁର୍ବରୁ ପୁର୍ବ ନିର୍ଦ୍ଦାରିତ ୨୪ହଜାରେ ଟଙ୍କାକୁ ପର୍ଯ୍ୟାୟ କ୍ରମେ ଲୁଟି ନେଇଯାଇଥିଲେ ।ଟଙ୍କା ବଦଲରେ ତାଙ୍କ ହ୍ୱାଟଅର୍ପ ନମ୍ବରକୁ କ୍ୟାମେରାଭର୍ତି ପାର୍ସଲର ଫଟୋକୁ କେବଳ ଛାଡି ଦେଇଥିଲେ ।ଏବେ ଟଙ୍କା ଦେଇ କ୍ୟାମେରା ନପାଇ ନିରାଶ ହୋଇପଡିଛନ୍ତି ଦେବେନ୍ଦ୍ର ।ଏବିଷୟରେ ଶୁକ୍ରବାରଦିନ ଚୈାଦ୍ୱାରଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଦେଖାଯାଉ କେବେ ଦେବେନ୍ଦ୍ରଙ୍କୁ ନ୍ୟାୟ ମିଳୁଛି ଆଉ ଏହିଭଳି ନିରୀହ ଯୁବକମାନଙ୍କୁ ଠକୁଥିବା ଠକମାନଙ୍କର ଅସଲ ଚେହେରା କେବେ ସାମ୍ନାକୁ ଆସୁଛି ।(ଚୈାଦ୍ୱାରରୁ ଶ୍ରୁକାନ୍ତଜେନାଙ୍କ ରିପୋର୍ଟ)

Comments (0)
Add Comment