ମା ହେଲା ରେୱା

ବାରଙ୍ଗ,୨୪।୩ (ଏସଏସନିଉଜ) ନନ୍ଦନକାନନରେ
ମା ହୋଇଛି ସିଂହୀରେୱା ।ବର୍ତ୍ତମାନ ମା ଓ ଛୁଆ ଉଭୟ ସୁସ୍ଥ ଥିବା ବେଳେ କର୍ତ୍ତୃପକ୍ଷଙ୍କ ନଜରବନ୍ଦୀରେ ରହିଥିବା ଜଣାପଡିଛି ।ସେପଟେ କର୍ତ୍ତୃପକ୍ଷ ସିଂହୀ ରେୱା ଓ ଶାବକକୁ ନେଇ ଚିନ୍ତାରେ ପଡିଯାଇଛନ୍ତି । କାହିଁକି ନା ,ସିଂହୀ ରେୱା ପ୍ରଥମଥର ମାତୃତ୍ଵଲାଭ କରି ଛୁଆକୁ ଆପଣେଇନାହିଁ।ବାଧ୍ୟ ହୋଇ କର୍ତ୍ତୃପକ୍ଷ ଛୁଆଗୁଡ଼ିକୁ ମଣିଷ କୋଳରେ ଲାଳନପାଳନ ହେବା ପାଇଁ ଲାଳନପାଳନ କେନ୍ଦ୍ରରେ ଛାଡିଥିବା ସୂଚନା ମିଳିଛି ।
ପ୍ରକାଶ ଯେ, ୬ ବର୍ଷ ର ଏସୀୟ ସିଂହୀ ରେୱା ସହିତ ସିଂହ ଜିତ୍ ର ମିଳନ ହୋଇଥିଲା।ପରେ ସେ ଗର୍ଭବତୀ ହୋଇଥିଲା।ଏହାପରେ କର୍ତ୍ତୁପକ୍ଷ ରେୱା ପ୍ରତି ସ୍ବତନ୍ର ଦୃଷ୍ଟି ଦେଇଥିଲେ କର୍ତ୍ତୃପକ୍ଷ। ସିସିଟିଭି ଲଗାଇ ତାର ଗତିବଧି ଲକ୍ଷ୍ୟ କରିଥିଲେ ।ରବିବାର ପର୍ଯ୍ୟାୟ କ୍ରମେ ୩ ଅଣ୍ଡିରା ଶାବକ ଜନ୍ମ ଦେଇଥିଲା ରେୱା ।ହେଲେ ଶାବକ ଦୁଇଟିକୁ ପାଖାପାଖି ଏକ ଘଣ୍ଟା ସମୟ ପରେ ମଧ୍ୟ ଗ୍ରହଣ କରିନଥିଲା ।ପରେ କର୍ତ୍ତୃପକ୍ଷ ବାଧ୍ୟହୋଇ ଛୁଆ୨ଟିକୁ ଲାଳନପାଳନ ଗୃହରେ ଛାଡିଥିଲେ ।ଏହି ଛୁଆ ଜନ୍ମହେବାପରେ
ନନ୍ଦନକାନନରେ ଏହି ପ୍ରଜାତିର ସିଂହସଂଖ୍ୟା ୧୭କୁ ବୃଦ୍ଧିପାଇଛି।

Comments (0)
Add Comment