ମାଛଖାଇବାକୁ ନଦେବାରୁ ମାଙ୍କୁ ମାରିଲା ପୁଅ

ବାଲେଶ୍ବର,୧୭ା୭(ଏସଏସନିଉଜ) ଗତକାଲି ରାତିରେ ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା କୁହାଯାଉଛି। ତାଳପଦା ଗାଁର ଅରୁଣ ମହାନ୍ତି(୪୫) ଗତକାଲି ରାତିରେ ମା’ ଆରତୀ ମହାନ୍ତି(୬୦)ଙ୍କୁ ଖାଇବାକୁ ମାଗିଥିଲେ। ମା ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ। ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମା’ଙ୍କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା। ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଆସି ଛଡ଼େଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ। ତଣ୍ଟି ଚିପିବା ପରେ ମା ଅଚେତ ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Comments (0)
Add Comment