ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

ଗଞ୍ଜାମ , ୨୦/୯(ଏସଏସନିୟୁଜ)ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଠାକୁରାଣୀ ମନ୍ଦିର ନିକଟରେ ରାତିରେ ମଦ ବ୍ୟବସାୟୀ ବିନାୟକ ପ୍ରଧାନ ଶୋଇଥିଲା ବେଳେ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।ଗାଁରେ ହେଉଥିବା ଗଣେଶପୁଜାପାଇଁ ପିଲାମାନେ ଚାନ୍ଦାମାଗିଥିବାବେଳେ ସେ ଦେଇନଥିବାରୁ ତାଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିବାର ପ୍ରାରମ୍ଭିକ ତଦନ୍ତ ବୋଳେ ପୋଲିସ ଜାଣିବାକୁ ପାଇଛି ।ଏହିଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଥିବାର ଜଣାପଡିଛି ।

Comments (0)
Add Comment