ମହାନଦୀରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ

ବାରଙ୍ଗ,୭/୧୨(ଏସଏସନିୟୁଜ)ବାରଙ୍ଗଥାନା ଅନ୍ତର୍ଗତ ସାନମୁଣ୍ଡଳୀସ୍କୁଲପଛପଟ ମହାନଦୀକୁଳରେ ଥିବା ଏକ ତୁଠପାଖରେ ଜଣେ ଅଜଣା ମହିଳାଙ୍କମୃତଦେହକୁ ମଙ୍ଗଳବାର ପୋଲିସ ଉଦ୍ଧାର କରିଛି ।ମୃତମହିଳାଙ୍କ ଶରୀର ସମ୍ପୁର୍ଣଭାବେ ପଚିଯାଇ ଦୁଗର୍ଦ୍ଧ ବାହାରୁଛି ।ଶରୀରରେ କୈାଣସି ବସ୍ତ୍ର ନଥିବାବେଳେ ଡାହଣହାତରେ ୨ପଟଶଙ୍ଖା ଓ ଅଂଟାରେ ଏକ ନାଲିରଙ୍ଗର ସୁତା ରହିଥିବାର ଦେଖିବାକୁ ମିଳିଛି । ମୃତଦେହଟି ଭାସିଭାସି ଆସି ଏଠାରେ ଲାଗିଛି ନା କେହି ମାରି ପକାଇଛି ତାହା ଅସ୍ପଷ୍ଟ ରହିଛି ।ମଙ୍ଗଳବାର ସକାଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଗାଧୋଇବାପାଇଁ ଯାଇଥିବାବେଳେ ତୁଠପାଖରେ ଏହି ମୃତଦେହଟି ଲାଗିଥିବାର ଦେଖିବାକୁ ପାଇଥିଲେ ।ଏହିଖବର ପ୍ରଘଟ ହେବାପରେ ଦେଖିବାପାଇଁ ସ୍ଥାନୀୟ ଲୋକଙ୍କ ଭୀଡ ଲାଗିରହିଥିଲା ।ଖବରପାଇ ବାରଙ୍ଗଥାନା ଓ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ । ବାରଙ୍ଗଥାନାପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

Comments (0)
Add Comment