ମାଲକାନିଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ମାଲକାନିଗିରି, ୧୬/୮(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଆସନ୍ତା ୨୦ତାରିଖରୁ ମାଲକାନିଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ। ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲ୍‌ଥ କାର୍ଡ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧିନତା ଦିବସରେ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଥିଲେ। ରାଜ୍ୟ ତଥା ଦେଶରେ ୨୦୦ରୁ ଅଧିକ ଡାକ୍ତରଖାନାରେ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ସୁବିଧା ଲୋକ ପାଇପାରିବେ। ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିବ।

Comments (0)
Add Comment