ମାଲକାନଗିରି ,୧୦/୧(ଏସଏସନିୟୁଜ) କୋରକୋଣ୍ଡା ବ୍ଲକର ପିତାକଟା ମଣ୍ଡିରେ ଚଢଉକରି ଜିଲ୍ଲା ଯୋଗାଣ ବିଭାଗ ୮୩ କ୍ବିଣ୍ଟାଲ ଧାନକୁ ଜବତ କରି କୋରକୋଣ୍ଡାର ଏକ ଧାନ ମିଲକୁ ପଠାଇଛି । ୬୫ ମଣ୍ଡିରେ ଶାନ୍ତି ଶୃଙ୍ଖଳାର ସହ କାର୍ଯ୍ୟକାରୀ ହେବାସହ ଦଲାଲମୁକ୍ତ କରିବାପାଇଁ ମାଲକାନଗିରି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । କୋରକୋଣ୍ଡା ବ୍ଲକର ପିତାକଟା ମଣ୍ଡିରେ ଇର୍ମା ପଡିଆମି ନାମକ ଚାଷୀ ୬୩.୯୧ କ୍ବିଣ୍ଟାଲ ଧାନ ଓ ଏନ.ଧାରବତ ନାମକ ବ୍ୟକ୍ତି ୧୯.୯୭ କ୍ବିଣ୍ଟାଲ ଧାନ ବିକ୍ରି କରିବା ନେଇ ମଣ୍ଡିରେ ଉପସ୍ଥିତ ଥିବାବେଳେ ଜିଲ୍ଲା ଯୋଗାଣ ଚଢଉ କରିଥିଲେ । ଯୋଗାଣବିଭାଗରଟିମ ପଚାରିଥିବା ବିଭିର୍ଣ ପ୍ରଶ୍ନର ଉତର ଏହି ଦୁଇଜଣ ଦେଇପାରିନଥିବାରୁ ସେମାନଙ୍କର ମୋଟ ୮୩ କ୍ବିଣ୍ଟାଲ ଧାନକୁ ଜବତ କରିଥିଲା ।