ମେ ୮ ରୁ ୧୬ କେରଳ ସମ୍ପୂର୍ଣ୍ଣ ଲକ୍‌ଡାଉନ

ଭୁବନେଶ୍ୱର,୬/୫(ସତ୍ୟସନ୍ଧାନ ଡେସ୍କ)କେରଳରେ କରୋନା ପରିସ୍ଥିତିକୁ ଗୁରୁତରଥିବାରୁ ମୁଖ୍ୟମନ୍ତ୍ରୀ ମେ ୮ ରୁ ମେ ୧୬ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଛନ୍ତି । ବୁଧବାର ଦିନ କେରଳରେ ସର୍ବାଧିକ ୪୧,୦୦୦ ରୁ ଅଧିକ ସଂକ୍ରାମିତ ଚିହ୍ନଟ ହେବାର ରେଲର୍ଡ ସୃଷ୍ଟିକରିଛି ।ଏଥିରେ ରୋକ ଲଗାଇବା ପାଇଁ କଡା ପଦକ୍ଷେପ ଗ୍ରହଣ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବର୍ତ୍ତମାନର କୋଭିଡ ସ୍ଥିତିର ସମୀକ୍ଷା କରିବା ପରେ ଗୁରୁବାର ଦିନ ଏକ ଟୁଇଟ୍‌ରେ କେରଳ ସିଏମ୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ଅନୁଯାୟୀ ସମଗ୍ର କେରଳ ରାଜ୍ୟ ୮ ମଇରୁ ୧୬ ମେ ପର୍ଯ୍ୟନ୍ତ ସକାଳ ୬ ଟାରୁ ସମ୍ପୁର୍ଣ ବନ୍ଦ ରହିବ ।

Comments (0)
Add Comment