ମେଳି ହେଲେ ଆଦିବାସୀ ,କରିବେ ଆନ୍ଦୋଳନ

ବାରଙ୍ଗ,୯/୩(ଏସଏସନିୟୁଜ) ମେଳି ହେଲେ ଆଦିବାସୀ ,କରିବେ ଆନ୍ଦୋଳନ ।ଏହିଭଃି ଘଟଣା  ବାରଙ୍ଗବ୍ଲକ ଅର୍ନ୍ତଗତ ରାମଦାସପୁର ପଂଚୟାତର ଭାଲୁଙ୍କା ଗ୍ରାମରେ ମଙ୍ଗଳବାରଦିନ ଦେଖିବାକୁ ମିଳିଥିଲା ।ଦୀର୍ଘଦିନର ଅସନ୍ତୋଷକୁ ବ୍ୟକ୍ତ କରିବାକୁ ପଛାଇନାହାନ୍ତି ।ଏବେବି ସୁଦ୍ଧା ସେମାନେ ମୈାଳିକ ସୁବିଧା ପାଇପାରିନାହାନ୍ତି ।ଜମିପଟ୍ଟା, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ସୁବିଧାରୁ ବଂଚିତ ହୋଇଛନ୍ତି ।ଆଦିବାସୀମାନେ ଏବିଷୟରେ ବହୁବାର ସ୍ଥାନୀୟ ନେତା ମାନଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନଙ୍କର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା କୈାଣସି ପ୍ରତିକାର ହୋଇପାରିନାହିଁ ବୋଲି ହୋଇଥିବା ମେଳିରେ ଆଦିବାସୀ ମାନେ ସେମାନଙ୍କ ନେତାଙ୍କୁ ନିଜର ଦୁଃଖକୁ ବଖାଣିଥିଲେ ।ତେବେ ଆଗାମି ଦିନରେ ବସ୍ତିବାସିନ୍ଦାମାନଙ୍କ ସହମିଶି ବ୍ଲକଠାରୁ ଜିଲ୍ଲାପର୍ଯ୍ୟନ୍ତ ଆନ୍ଦୋଳନାମ୍‌କ ପନ୍ଥା ମାଧ୍ୟମରେ ନିଜର ହକ କୁ ଜାହିର କରିବେ ବୋଲି ମେଳିରେ ସାମିଲ ହୋଇଥିବା ନେତାମାନେ ଚେତାବନୀ ଦେଇଥିଲେ ।ଏଥିରେ ରାଜ୍ୟ ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇ, ନୀଳମାଧବ ଆଦିବାସୀ ସଂଘର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମିଧରବେହେରା,ଉପସଭାପତି ଶରତଚନ୍ଦ୍ରନାୟକ ଙ୍କ ସମେତ ଭାଲୁଙ୍କା ଗ୍ରାମର ମୁରବୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।(ବାରଙ୍ଗରୁ ଗୈାତମ ରାଉତଙ୍କ ରିପୋର୍ଟ)

Comments (0)
Add Comment