ମେଣ୍ଢାଶାଳ ଗ୍ରାମରାସ୍ତା ପିଚୁହେଲା

ମେଣ୍ଢାଶାଳ,୨୨/୧(ଏସଏସନିଉଜ)ଗତ୨୦୦୨ମସିହାଠାରୁ ଗ୍ରାମ୍ୟଉନ୍ନୟନବିଭାଗ ତରଫରୁ ମେଣ୍ଢାଶାଳଗାଁରାସ୍ତାକୁ ପ୍ରଧାନମନ୍ତ୍ରୀଗ୍ରାମ୍ୟସଡକ ଯୋଜନାରେ ଭର୍ତିକରାଯାଇ ଆଭ୍ୟନ୍ତରିଣରାସ୍ତାକୁ ପିଚୁକାରଯାଇଥିଲା ।ସେବେଠାରୁ ହୋଇଥିବାରାସ୍ତାଗୁଡିକର ସୁଚାରୁରପେ ମରାମତି ମଧ୍ୟ ହୋଇପାରିନଥିଲା ।ଏହାପରେଗ୍ରାମରେ ପାନୀୟଜଳର ସଂକଟ ଦେଖାଯାଇଥିବାରୁ ଗ୍ରାମବାସୀମାନେ କେନ୍ଦ୍ରଭୁତଳଜଳ ଯୋଗାଣ଼ସଂସ୍ଥା ଓ ରାଜ୍ୟସରକାରଙ୍କ ଦୃଷ୍ଟିଆକର୍ଷଣ କରିବାପରେ ଜଟଣୀ-ନରାଜ ଜଳଯୋଗାଣପାଇପରୁ ଗ୍ରାମକୁ ଜଳଯୋଗାଣପାଇଁ ୩କୋଟି୯୦ଲକ୍ଷଟଙ୍କାର ବ୍ୟୟବରାଦ କରାଯାଇଥିଲା ।ଟେଣ୍ଡର ହୋଇ ଉକ୍ତକାମ ଆରମ୍ଭ ହୋଇଥିବାବେଳେ ଠିକାଦାର ପାଇପବିଛାଇବାପାଇଁ ଗାଁଯାକ ଜେସିବି ଲଗାଇ ଖୋଳିଦେଇ ଲୁହାପାଇପ ବଦଳରେ ପ୍ଲାଷ୍ଟିକପାଇପ ପକାଇ କାମସାରିଦେଇଥିଲା ।ଗାଁରାସ୍ତା ଖାଳଖମାରେ ପରିପୁର୍ଣ ହୋଇଏବେବି ରହିଛି ।ଯାହାଫଳରେ ଛୋଟବଡ ଦୁର୍ଘଟଣାମାନ ପ୍ରତିଦିନଘଟିବାସହ ଗ୍ରାମବାସୀ ଦୁର୍ଦଶାରଶିକାରହେଉଛନ୍ତିି ।ଏବେ ନବନିର୍ବାଚତ ସରପଂଚ କୈାଶଲ୍ୟା ବଳିୟାର ସିଂହ ଓ ମେଣ୍ଢାଶାଳ ସେବାସମବାୟସମିତି ସଭାପତି ମହେନ୍ଦ୍ରକୁମାରପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀ ଗ୍ରାମ୍ୟଉନ୍ନୟନମନ୍ତ୍ରୀଙ୍କୁ ସାକ୍ଷାତକରି ଗାଁରାସ୍ତାର ଶୋଚନୀୟ ସ୍ଥିତି ବିଷୟରେ ବୁଝାଇବାରୁ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୧କିମିରାସ୍ତାର ପିଚୁ କାମ ସରିଛି ।ଏହାପରେବି ସ୍କୁଲଖେଳପଡିଆଠାରୁ ତଳଭୋଇସାହିପର୍ଯ୍ୟନ୍ତ ରାସ୍ତାଟି ଏବେବି ଖାଲଖମାରେ ପରିପୁର୍ଣ ହୋଇରହିଥିବାର ଦେଖିବାକୁ ମିଳିଛି । ।ଶୁକ୍ରବାରଦିନ ସନ୍ଧ୍ୟାରେ ମେଣ୍ଢାଶାଳଗ୍ରାମଦେଇ ଗ୍ରାମ୍ୟଉନ୍ମୟନ ମନ୍ତ୍ରୀ ଯାଉଥିବାର ଜାଣି ସରପଂଚଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ମେଣ୍ଢାଶାଳବଜାରଠାରେ ଏକାଠିହୋଇ ଶୁଭେଛା ଜଣାଇଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

 

Comments (0)
Add Comment