ମେଣ୍ଢାଶାଳରେ ଅପରାଜିତାଙ୍କ ରୋଡସୋ

ମେଣ୍ଢାଶାଳ ୨୦।୪(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳଗାଁରେ ବିଜେପି ତରଫରୁ ଏକ ରୋଡ ସୋ କରାଯାଇଥିଲା ।ମେଣ୍ଢାଶାଳ ଡାକ୍ତରଖାନା ଛକରୁ ରୋଡ ସୋରେ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ସାଂସଦ ପାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଧାୟକପାର୍ଥୀ ବିଶ୍ୱରଂଜନ ବଡ଼ଜେନାଙ୍କୁ ଜିଲ୍ଲାର ବହୁ ବିଜେପିକର୍ମୀ ଏକ ଶୋଭାଯାତ୍ରାରେ ନେଇଥିଲେ । ଶୋଭାଯାତ୍ରା ମେଣ୍ଢାଶାଳ ଗାଁର ସମସ୍ତୱାର୍ଡ଼ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ଦୁଇହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷ, ଯୁବକମାନେ ହାତରେ ବିଜେପି ପତାକା ଧରି ଗ୍ରାମ ପରିକ୍ରମା କରିଥିଲେ ।ଷଡ଼ଙ୍ଗୀ ଦ୍ୱାର ଦ୍ୱାର ବୁଲି ଭୋଟଭିକ୍ଷା କରିଥିଲେ l ବିଧାୟକ ପାର୍ଥୀବଡ଼ଜେନା ମଧ୍ୟ ପଦ୍ମଫୁଲରେ ପୁଣିଥରେ ଭୋଟ ଦେଇ, ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତମୁଠାକୁ ଟାଣ କରିବାକୁ ନିବେଦନ କରୁଥିବା ଦେଖାଯାଇଥିଲା ।ଏହି ରାଲିରେ ଖୋର୍ଦ୍ଧାଜିଲ୍ଲାର ବିଜେପି କର୍ମକର୍ତା ଚନ୍ଦକାଥାନା ଆଞ୍ଚଳିକ ସଂଗଠକ ଡାକ୍ତରବେହରା ପ୍ରମୁଖ ଯୋଗଦେଇଥିଲେ ।(ପଦ୍ମଚରଣ ବଦଜେନାଙ୍କ ରିପୋର୍ଟ)

Comments (0)
Add Comment