ମେଣ୍ଢାଶାଳରେ କୃଷକପ୍ରଶିକ୍ଷଣ ଶିବିର

ମେଣ୍ଢାଶାଳ,୨୪ା୭(ଏସଏସନିଉଜ)ବୁଧବାରଦିନ ମେଣ୍ଢାଶାଳଗ୍ରାମପଂଚାୟତକାର୍ଯ୍ୟାଳୟ ସଭାଗୃହରେ ସ୍ଥାନୀୟଚାଷୀମାନଙ୍କୁନେଇ କୃଷକପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷାଅନୁସନ୍ଧାନ (ସୋଆ) ଇନଷ୍ଟିଚ୍ୟୁଟ ଅଫଏଗ୍ରିକଲଚର ସାଇନ୍ସ(ଆଇଏଏସ)ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡ.ରାମକୃଷ୍ନବସ୍ତିଆଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଏଏସର୨୦ଜଣଛାତ୍ର ଯୋଗଦେଇ ଚାଷୀମାନଙ୍କୁ ଘାସଆଚାର ,ଗୋଖାଦ୍ୟଫସଲ ଓ ସରକ୍ଷଂଣ ଉପରେ ବୁଝାଇଥିଲେ ।ଏହିଭଳି ପ୍ରଶିକ୍ଷଣକୁ ଅନୁସରଣ କଲେ ଚାଷୀମାନେ ଉପକାର ପାଇବେବୋଲି ମତବ୍ୟକ୍ତ କରିଥିଲେ ।ଘାସଆଚାରର ବ୍ୟବହାରଦ୍ୱାରା ଗାଇମାନଙ୍କର କ୍ଷୀରଉପ୍ତାଦନ ବ୍ୟବସ୍ଥା ସହ ସ୍ୱାଦିଷ୍ଟକ୍ଷୀର ଉପ୍ତାଦନ ହେଲେ ଚାଷୀମାନେ ଉପକୃତ ହୋଇ ବିଶେଷଭାବେ ଲାଭବାନ ହୋଇପାରିବେ ।ଏଥିରେ ଗ୍ରାମର ୫୦ଜଣ ଚାଷୀ ଯୋଗଦାନ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Comments (0)
Add Comment