ମେସରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ, ୨୨/୧୦(ଏସଏସନିୟୁଜ) ଭଦ୍ରକ କଲେଜ ରୋଡ ନିକଟରେ ଥିବା ଏକ ଘରୋଇ ମେସରୁ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ଛାତ୍ରୀ ପୁଷ୍ପାଞ୍ଜଳି ଦାସଙ୍କ ଝୁଲନ୍ତା ମୃତଦେହକୁ ଭଦ୍ରକ ଟାଉନ ଥାନା ପୁଲିସ ଜବତ କରିଛି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ନେଇ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଆଗରପଡ଼ା ଥାନା ଅନ୍ତର୍ଗତ ଅନିଜ ଗ୍ରାମର ପୁଷ୍ପାଞ୍ଜଳି ଦାସ ନାମକ ଛାତ୍ରୀ ଆଗରପଡ଼ା କଲେଜରେ ଯୁକ୍ତ ତିନି ତୃତୀୟ ବର୍ଷ ବିଜ୍ଞାନ ଶ୍ରେଣୀରେ ପଢୁଥିବା ସହ ନିଜ ଭଉଣୀ ରହୁଥିବା ଏକ ଘରୋଇ ମେସକୁ ଆସି ରହୁଥିଲେ।ଆଜି ସକାଳୁ କବାଟ ନଖୋଲିବାରୁ ପୁଷ୍ପାଞ୍ଜଳିଙ୍କର ଝୁଲନ୍ତା ମୃତଦେହ ଫ୍ୟାନରେ ଝୁଲୁଥିବାର ସ୍କାଏଲାଇଟ୍ ବାଟରେ ଦେଖିବାକୁ ମିଲିଥିଲା ।

Comments (0)
Add Comment