ମିଛର ସାମ୍ରାଜ୍ୟ ଗଢିଥିଲେ ଆକାଶ ପାଠକ

ଖବର ଆଜିର,ତାରିଖ ୦୧-୧୨-୨୦ ମଙ୍ଗଳବାର
୧-ଓଡିଶା ସୀମା ଭିତରେ ପଶୁଛି ଆନ୍ଧ୍ର । ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମ ଗୁଡିକରେ ଅନୁକମ୍ପା ଦେଖାଇ କରୁଛି ଅକ୍ତିଆର ।
୨-ବହୁ ଦଶନ୍ଧିର ଛଳନା ଚାଷୀଙ୍କୁ ଆଶଙ୍କା ମଧ୍ୟରେ ରଖିଛି, କିନ୍ତୁ ଏବେ କୌଣସି ଛଳନା ନାହିଁ, ଗଙ୍ଗାଜଳ ଭଳି ପବିତ୍ର ଉଦ୍ଦେଶ୍ୟ ନେଇକାର୍ଯ୍ୟ କରାଯାଉଛି : ପ୍ରଧାନମନ୍ତ୍ରୀ ।
୩-ସ୍ୱେଚ୍ଛାସେବୀଙ୍କ ବିରୋଧରେ ସେରମ ଇନଷ୍ଟିଚ୍ୟୁଟର ଶହେ କୋଟିର ମାନହାନୀ ମକଦ୍ଦମା । ଟିକା ପରୀକ୍ଷଣରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ଆଣିଥିଲେ ଅଭିଯୋଗ ।
୪-କୋଭିଡ୍ ଟିକା ପ୍ରଦାନ ପାଇଁ ଓଡିଶା ପ୍ରସ୍ତୁତ, ପ୍ରଥମେ ୩ ଲକ୍ଷ ୨୦ ହଜାର ସ୍ଵାସ୍ଥ୍ୟ କର୍ମୀଙ୍କୁ ମିଳିବ ଟିକା, କ୍ୟାବିନେଟ୍ ସଚିବଙ୍କ ବୈଠକରେ କହିଲେ ମୁଖ୍ୟ ସଚିବ ।
୫-ଆମେରିକା ଟିକା ନିର୍ମାଣ କାରୀ ସଂସ୍ଥା ମଡର୍ଣ୍ଣାର ବଡ ଘୋଷଣା । ଡିସେମ୍ବର ୨୧ରେ ପ୍ରଥମ ଟିକା ଦିଆଯିବାକୁ ଲକ୍ଷ୍ୟ ।
୬-ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ହେବ କୋଣାର୍କ ଉତ୍ସବ, ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ।
୭-ବାଲିଗୁଡାରେ ମିଶନ କ୍ଲିନ ଗଞ୍ଜେଇ : ଜୋରଦାର ହେଲା ପୋଲିସ୍ ଓ ଅବକାରୀ ବିଭାଗର ଚଢ଼ାଉ , ୨୭ ଦିନରେ ବାଲିଗୁଡ଼ା ଅଞ୍ଚଳରୁ ୧୫୦କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ ନଷ୍ଟ ।
୮-ପରୀ ହତ୍ୟା ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ.ସି.ପି.ସି.ଆର.) ନିଜଆଡୁ ଏକ ମାମଲା ଦାୟର କରିଛନ୍ତି ।
୯-ଡିସେମ୍ବର ଗାଇଡଲାଇନ: ବନ୍ଦ ରହିବ ସିନେମା ହଲ, କରୋନା କଟକଣା ସହ ଖୋଲିବ ମୁକ୍ତାକାଶ ରଙ୍ଗମଞ୍ଚ ।
୧୦-ହାଟବଜାରରେ ବଢୁଥିବା ଗହଳିକୁ ନେଇ ଚିନ୍ତା, ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ନୂଆ ନିୟମାବଳୀ ।
୧୧-ପହିଲାରୁ ଖୋଲିବ ମେଡିକାଲ୍ କଲେଜ; ସ୍କୁଲ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନେବ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ।
୧୨-ମିଛର ସାମ୍ରାଜ୍ୟ ଗଢିଥିଲେ ଆକାଶ ପାଠକ । ୪ ବର୍ଷ ତଳେ ପଡ଼ିଥିଲା ମିଛ ସାମ୍ରାଜ୍ୟର ମୂଳଦୁଆ । ଜି-ମାଟ ଏଣ୍ଟ୍ରାନ୍ସରେ ପୁଅ ଟପ୍ କରିଛି ବୋଲି ପ୍ରଚାର କରିଥିଲେ ଅଭୟକାନ୍ତ ।
୧୩-ପୁଣି ଥରେ ଇତିହାସ ରଚିଲା ସମ୍ ହସ୍ପିିଟାଲ; ଓଡ଼ିଶାର ଦ୍ୱିତୀୟ ଥର ପାଇଁ ସମ୍ ହସ୍ପିଟାଲ୍‌ରେ ସଫଳ ଯକୃତ ପ୍ରତ୍ୟାରୋପଣ ।
୧୪-ଇରାନ ପରମାଣୁ ବୈଜ୍ଞାନିକ ହତ୍ୟା ମାମଲା: ଜଣେ କି ୨ ଜଣ ନୁହେଁ ଫଖରୀଜାଦେହଙ୍କୁ ହତ୍ୟା କରିଛନ୍ତି ୬୨ ଜଣ ।
୧୫-ମୋଦି ପୂଜିଲେ ମହାଦେବଟ୍… ବେଲପତ୍ର ଦେଲେ, ମହାଦେବଙ୍କ ମଥାରେ କ୍ଷୀର ଢାଳିଲେ ମୋଦି । ବାରଣାସୀରେ ଦେବ ଦୀପାବଳି ଉତ୍ସବ ।
୧୬-ଚଳିତ ବର୍ଷର ରାଷ୍ଟ୍ରପତି ନିର୍ବାଚନ ଆମେରିକା ଇତିହାସର ଏକ ଅସୁରକ୍ଷିତ ଘଟଣା: ଟ୍ରମ୍ପ୍ .।
୧୭-ମୋଦିଙ୍କୁ ଘେରିଲେ ସୋନିଆ-ରାହୁଲ-ପ୍ରିୟଙ୍କା: କୃଷି ଆଇନ ବିରୋଧରେ କଂଗ୍ରେସର ସୋସିଆଲ ମିଡ଼ିଆ ଅଭିଯାନ ।
୧୮-ଅଂଶୀଦାରୀ ବିକିବା ଲାଗି ସରକାରଙ୍କ ଯୋଜନାକୁ ଝଟକା, PSUଙ୍କ ପ୍ରତି ଆଗ୍ରହୀ ହେଉ ନାହାନ୍ତି ନିବେଶକ ।
୧୯-ଓଡିଶାରେ ପ୍ରଥମ ଥର ଆରମ୍ଭ ହେବ ଟି-୨୦ ଲିଗ୍ ମ୍ୟାଚ୍: ଶ୍ରେଷ୍ଠ ୮୪ ଜଣ ଖେଳଳୀଙ୍କୁ ନେଇ ଆରମ୍ଭ ହେବ ଏହି ଲିଗ୍ ।

Comments (0)
Add Comment