ନଦୀରେ ପଡୁଛି ମୃତଦେହ-ଭାଇରାଲ ହେଉଛି ଭିଡିଓ

ଭୁବନେଶ୍ବର,୯/୫(ସତ୍ୟସନ୍ଧାନ ଡେସ୍କ)ସମଗ୍ର ଦେଶରେ କରୋନାର କରାଳଗ୍ରାସ ଯୋଗୁ ଭୟ ସୃଷ୍ଟି ହୋଇଥିବାବେଳେ ଏହି ସମୟରେ କିଛିଲୋକ ମାନବିକତାକୁ ଭୁଲିଯାଉଛନ୍ତି ।ଦେଶରେ କରୋନା କବଳରେ ମୃତ୍ୟୁସଂଖ୍ୟା ବଢୁଥିବାବେଳେ କରୋନା ମଧ୍ୟ ମାନବିକତାକୁ ହତ୍ୟା କରୁଛି,ଯାହା ବିହାରର କାତିହାରରେ ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ କର୍ମଚାରୀମାନେ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ଏକ ମୃତଦେହକୁ ନଦୀ ଉପରେ ପକାଇଦେଇ ପଳାଇଆସିବାର ଭିଡିଓ ଦିନକୁ ଦିନସେହି ଅଞ୍ଚଳରେ  ଭାଇରାଲ ହୋଇଛି ।ଯେଉଁଥିରେ ଦେଖାଯାଏ ଯେ କରୋନାରେ  ମୃତ୍ୟୁ ପରେ ଶରୀରକୁ ଆମ୍ବୁଲାନ୍ସ କର୍ମଚାରୀମାନେ ନଦୀରେ ପକାଇ ପଳାଇଆସୁଛନ୍ତି ।ଏହି ଖବରଜାଣିବାପରେ ଜିଲ୍ଲାପାଳ ଉଦୟନ ମିଶ୍ର ତଦନ୍ତ କରି୨୪ଘଂଟା ମଧ୍ୟରେ ରିପୋର୍ଟଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ପ୍ରାଥମିକ ସୂଚନା ଅନୁଯାୟୀ ମୃତ ଦେହ ଅଶୋକ ଚୈାହାନ ନାମକ ଜଣେ ବ୍ୟକ୍ତିଙ୍କର ଅଟେ, ଯାହାର ପୂର୍ବ ରାତିରେ ମୃତ୍ୟୁ ଘଟିଛି। ତାଙ୍କ ପରିବାର ପୂର୍ବରୁ ତାଙ୍କ ନଦୀପାଖ ଜମିରେ ଏକ ଗାତ ଖୋଳିଥିଲେ ।ତେବେ ଆମ୍ବୁଲାନ୍ସ ଚାଳକଙ୍କ ସହ ମୃତକଙ୍କ ପରିବାରଲୋକଙ୍କୁ  ପଚାରି  ୨୪ଘଂଟାରେ ରିପୋର୍ଟଦେବାକୁ ଜିଲ୍ଲାପାଳ  ନିର୍ଦେଶ ଦେଇଥିବାର ଜଣାପଡିଛି   ।

Comments (0)
Add Comment