ନକଲି ମଦ କାରଖାନା ଠାବ କଲା ଅବକାରୀ ବିଭାଗ

ଭଞ୍ଜନଗର, ୧୭/୮(ଏସଏସନିୟୁଜ) ନକଲି ମଦ ପ୍ରସ୍ତୁତ ହେଉଥିବାବେଳେ ଭଞ୍ଜନଗର ଅବକାରୀ ବିଭାଗ ଚଢ଼ଉ କରି ବିପୁଳ ନକଲି ବିଦେଶୀ ମଦ ସହ ନକଲି ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି।ଭଞ୍ଜନଗର ଥାନା ଅଧୀନ ବିରିପଦର୍ ନିକଟ ରାଇପଲ୍ଲୀ ଜଙ୍ଗଲମଧ୍ୟରେ ଏକ ପରିତ୍ୟକ୍ତ କୋଠାରେ ନକଲି ମଦ ପ୍ରସ୍ତୁତି ଚାଲିଥିଲା । ନକଲି ମଦ କାରଖାନା ଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ଉ କରିଥିଲା ।ଘଟଣାସ୍ଥଳରୁ ମଦ ପ୍ରସ୍ତୁତି ସରଞ୍ଜାମ ସହିତ ବିଭିନ୍ନ ବ୍ରାଣ୍ଡର ୧୮୦ମିଲି ନକଲି ବିଦେଶୀ ମଦ, ୧୨୮୯ ବୋତଲ, ୫୦୦ମିଲି ହୋମିଓପାଥିକ ସ୍ପିରିଟର ୪୪ ଟି ବୋତଲ ଏବଂ ବିଭିନ୍ନ କମ୍ପାନିର ଷ୍ଟ୍ରିକର ସହିତ ଖାଲି ବୋତଲ ଜବତ କରିବାସହ ଟୁବୁଲ ନାୟକ ଓରଫ୍ ଆକାଶଙ୍କୁ ଗିରଫ କରିଛି ।

Comments (0)
Add Comment