ନନ୍ଦନକାନନକୁ ଆସିଲା ଆଉ ୨ ଭାଲୁ ଛୁଆ

ବାରଙ୍ଗ,୨୭/୪(ଏସଏସନିୟୁଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନ ରେ ପହଞ୍ଚିଲେ ଖୋର୍ଦ୍ଧା ଡିଭିଜନ ରୁ ଉଦ୍ଧାର ହୋଇଥିବା ଦୁଇଟି ଭାଲୁ ଛୁଆ।ଗୋଟେ ଅଣ୍ଡିରା ଓ ଗୋଟେ ମାଈ ଭାଲୁ ଛୁଆ ଙ୍କ ବୟସ ପାଖାପାଖି ୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଫଳରେ ପ୍ରାଣୀ ଉଦ୍ୟାନରେ ଏହି ଦେଶୀଭାଲୁ ସଂଖ୍ୟା ୨୩କୁ ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି ଉପ ନିର୍ଦେଶକ ବିମଲ ପ୍ରସନ୍ନ ଆଚାର୍ଯ୍ୟ ।ଗତ ୨୨ ତାରିଖ ଦିନ ଗଡ଼ ଖୋର୍ଦ୍ଧା ଅଞ୍ଚଳ ରୁ ଏକ ପିଞ୍ଜରା ରେ ଥିବା ୨ଟି ଭାଲୁ ଛୁଆ କୁ ଖୋର୍ଦ୍ଧା ବନ ବିଭାଗ ଉଦ୍ଧାର କରିଥିଲା।ଏହି ଦୁଇ ଛୁଆ ଭାଲୁଙ୍କୁ ଚୋରାଚାଲାଣ କରାଯାଉଥିବା ଉଦେଶ୍ୟ ରେ ଅଣାଯାଉଥିବା ବୋଲି ଚନ୍ଦକା ଡିଏଫ୍ଓ କେଦାରକୁମାର ସ୍ୱାଇଁ ସ୍ପଷ୍ଟ କରିଥିଲେ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

 

Comments (0)
Add Comment