ନିଲମ୍ବିତ ହେଲେ ଯାଆଁଳା ଫାଣ୍ଡି ଅଧିକାରୀ

ଜଟଣୀ, ୧୩/୩(ଏସଏସନିୟୁଜ) ଯାଆଁଳା ଫାଣ୍ଡି ପରିସରରେ ଗାଡିରୁ ନରକଙ୍କାଳ ମିଳିବା ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଏମ୍ସ ପକ୍ଷରୁ କଙ୍କାଳର ବ୍ୟବଚ୍ଛେଦ ରିପୋର୍ଟ ଆସିସାରିଛି । ବ୍ୟବଚ୍ଛେଦ ରିପୋର୍ଟରେ ସ୍ୱାଭାବିକ ମୃତ୍ୟୁ ନେଇ ସୂଚନା ମିଳିଛି । ମୃତକଙ୍କ ବୟସ ପାଖାପାଖି ୪୫ ବର୍ଷ ହେବ । ପରିଚୟ ପାଇବାକୁ ପୋଲିସ ଛାନଭିନ୍ ଜାରି ରଖିବାନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ଏହି ମାମଲାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ।ତେବେ ଗଞ୍ଜାମ ପୋଲିସ ଦ୍ୱାରା ସିଜ୍ ହୋଇ ଯାଆଁଳା ଫାଣ୍ଡି ପରିସରରେ ଗାଡି ଥିଲା । ଏକ ଗଞ୍ଜେଇ ମାମଲାରେ ୨୦୧୯ରେ ଗାଡି ସିଜ୍ ହୋଇଥିବା ସୂଚନା ମିଳିଛି । ଗତ ଫେବ୍ରୁଆରୀରେ ଗାଡି ନେବାବେଳେ ସେଥିରୁ ନରକଙ୍କାଳ ମିଳିଥିଲା । ସାଙ୍ଗେସାଙ୍ଗେ କଙ୍କାଳର ବ୍ୟବଚ୍ଛେଦ ପାଇଁ ଏମ୍ସ କୁ ପଠାଇଯାଇଥିଲା ।

Comments (0)
Add Comment