ଓସିପିଏଲ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେଲା ୧୦କୋଟି

ଭୁବନେଶ୍ୱର,୩୧/୩(ଏସଏସନିଉଜ)ଓଡିଶା ସରକାରଙ୍କର ଏକମାତ୍ର ସରକାରୀ କୋଇଲା ଉଦ୍ୟୋଗ ଓଡିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ କୋଟି ଟଙ୍କା ପ୍ରଦାନ କରିଛି। ଆଜି ଏହି ଉପଲକ୍ଷେ ଲୋକସେବା ଭବନରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶକ୍ତି ସଚିବ ଶ୍ରୀ ନିକୁଞ୍ଜ ଧଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ କୋଟି ଟଙ୍କାର ଏକ ଚେକ୍ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ମହାପତ୍ରଙ୍କୁ ପ୍ରଦାନ କରିଥିଲେ । ‌ଓସିପିଏଲ୍‌ର ଲାଭାଂଶରୁ ଏହି ଅର୍ଥ ପ୍ରଦାନ କରାଯାଇଛି ।

Comments (0)
Add Comment