ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ ଜାରି କଲା ୨୪ଘଂଟିଆ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର

ଭୁବନେଶ୍ୱର,୨୭/୧(ଏସ୍‌ଏସ୍‌ନିୟୁଜ) ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଓଡିଶା ମିଡିଆ ୱେଲ୍‌ଫେୟାର ଆସୋସିଏସନ (ଓଏମଏ) ପକ୍ଷରୁ ଏକ ହେଲ୍ପଲାଇନ ହ୍ୱାଟ୍ସଅର୍ପ ନମ୍ବର ଜାରି କରାଯାଇଛି । ରଘୁନାଥପୁରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟସଭାପତି ଲିଙ୍ଗରାଜରାଉତ ଏହାକୁ ଆନୁଷ୍ଠାନିକଭାବେ ଉନ୍ମୋଚନ କରିଛନ୍ତି ।ଏହାଦ୍ୱାରା ରାଜ୍ୟରେ ଥିବା ସାମ୍ବାଦିକମାନେ ଖବରସଂଗ୍ରହ ଓ ପରିବେଷଣପରେ ଉପୁଜୁଥିବା ସମସ୍ୟା ସହ ପାରିବାରିକ ସମସ୍ୟା ଉପରେ ହ୍ୱାଟ୍ସଅର୍ପ ନମ୍ବର ମାଧ୍ୟମରେ ଅବଗତ କରାଇପାରିବା ସହ ଆସୋସିଏସନର ସହାୟତା ନେଇପାରିବେ । ଏହି ହ୍ୱାଟ୍ସଅର୍ପ ନମ୍ବର (ମୋ-୯୯୩୭୦୨୮୮୭୭)ଟି ଚବିଶଘଂଟିଆ କାର୍ଯ୍ୟକ୍ଷମ କରିବ । ଓଏମଏ ପ୍ରଥମକରି ତାର କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିବାବେଳେ ସାମ୍ବାଦିକମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି ।ଏଥିନିମନ୍ତେ ଏହି ହ୍ୱାଟ୍ସଅର୍ପ ନମ୍ବର ଜାରିକରାଯାଇଛି । ଏହି ଉନ୍ମୋଚନ ଉସ୍‌ବରେ ଅଧକ୍ଷ ସତ୍ୟନାରାୟଣ ପଣ୍ଡା, ରାଜ୍ୟ ଉପ-ସଭାପତି ସଞୟକୁମାରମହାନ୍ତି, ବରିଷ୍ଟସାମ୍ବାଦିକ ତଥା ରାଜ୍ୟସମ୍ପାଦକ ସ୍ୱରୁପଦାସ. ରାଜ୍ୟସମ୍ପାଦକ ନିରଞନରେଡି, କୋଷାଧକ୍ଷ କମଳାକାନ୍ତ ନାୟକ, ସହ-ସମ୍ପାଦକ ସଂଗ୍ରାମକିଶୋରଦାସ, ସହ-ସମ୍ପାଦକ ଜଗନ୍ନାଥଭଞ. କଟକ ଶାଖା ଦାୟିତ୍ୱରେ ଥିବା ରାଜ୍ୟ ସଂଯୋଜକ ଦିଲିପଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment