ଓଡିଶାରେ କରୋନା ସଂକ୍ରମଣ ଦିନକରେ୧୨ ହଜାର ପାର୍‌ ମୃତ୍ୟୁ ସଂଖ୍ୟା୧୯

ଭୁବନେଶ୍ୱର,୭/୫(ଏସଏସନିୟୁଜ) ଗତ୨୪ଘଂଟାରେ ରାଜ୍ୟରେ ୧୨ ହଜାର ୨୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେମାନଙ୍କମଧ୍ୟରେ ସୁନ୍ଦରଗଡ ଜିଲ୍ଳାରୁ ସର୍ବାଧିକ ୨୦୭୩, ଖୋର୍ଦ୍ଧା ୧୮୨୮,କଟକରେ ୯୧୬, କଳାହାଣ୍ଡିରେ ୫୮୦, ସମ୍ବଲପୁରରେ ୫୪୪, ଅନୁଗୁଳରେ ୪୮୦, ବରଗଡରେ ୪୭୫, ବାଲେଶ୍ୱରରେ ୪୩୭, ଭଦ୍ରକରେ ୩୮୧, ପୁରୀରେ ୩୬୯, ଷ୍ଟେଟପୁଲରେ ୩୫୭, ଯାଜପୁରରେ ୩୧୮, ଗଞ୍ଜାମରେ ୩୧୨, ଝାରସୁଗୁଡାରେ ୩୦୬, ନୂଆପଡାରେ ୨୯୦, ନବରଙ୍ଗପୁରରେ ୨୮୨, ବଲାଙ୍ଗିରରେ ୨୬୦, ମୟୂରଭଞ୍ଜରେ ୨୫୭, ରାୟଗଡାରେ ୨୦୧, ନୟାଗଡରେ ୧୯୪, କେନ୍ଦ୍ରପଡାରେ ୧୯୨, କେନ୍ଦୁଝରରେ ୧୭୯, ସୁବର୍ଣ୍ଣପୁରରେ ୧୫୯, ଢେଙ୍କାନାଳରେ ୧୪୨, କୋରାପୁଟରେ ୧୩୦, ବୌଦ୍ଧରେ ୧୨୮, ଗଜପତିରେ ୯୧, କନ୍ଧମାଳରେ ୬୯, ଦେବଗଡ ଓ ମାଲକାନଗିରିରେ ୬୦ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ସେହିଭଳିଭାବେ କରୋନା ରେ ମୃତ୍ୟୁ ସଂଖ୍ୟା ବି ଆଜି ରେକର୍ଡ ସୃଷ୍ଟିକରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜିଲ୍ଲାରୁ ୧୦ ଜଣ ପୁରୁଷ ଓ ୯ ଜଣ ମହିଳା କୁ ମିଶାଇ ୧୯ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି ।ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୪ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ପୁରୀ ଓ ଗଞ୍ଜାମ ଜିଲ୍ଲାରୁ ୨ଟି ଲେଖାଏ ଗଜପତି, ଅନୁଗୋଳ, ଝାରସୁଗୁଡ଼ା, ଦେବଗଡ଼, ବଲାଙ୍ଗିର, କଟକ, କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Comments (0)
Add Comment