ପଦ୍ମ ଧରିଲେ କଂଗ୍ରେସ ନେତା ଯତୀନ ପ୍ରସାଦ

ଭୁବନେଶ୍ୱର,୯/୬(ସତ୍ୟସନ୍ଧାନ ଡେସ୍କ) ବିଜେପିରେ ଯୋଗଦେଲେ କଂଗ୍ରେସ ନେତା ୪୭ ବର୍ଷିୟ ଜିତିନ୍ ପ୍ରସାଦ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଲେ ପୂର୍ବତନ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ। ଦିବଙ୍ଗତ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ଜିତିନ ରାଜୀବ ଗାନ୍ଧି ଓ ନରସିଂହ ରାଓଙ୍କ ରାଜନୈତିକ ପରାମର୍ଶଦାତା ବି ଥିଲେ । ବିଜେପି’ରେ ଯୋଗ ଦେବା ପୂର୍ବରୁ ଆଜି ସକାଳେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନକୁ ଯାଇ ତାଙ୍କ ସହ ସାକ୍ଷାତ୍ କରିଥିଲେ।

Comments (0)
Add Comment