ପାଖେଇ ଆସୁଛି ବାତ୍ୟା ୟାସ

ଭୁବନେଶ୍ୱର,୨୪/୫(ଏସଏସନିୟୁଜ) ପାଖେଇ ଆସୁଛି ବାତ୍ୟା ୟାସ । ପାରାଦୀପ ଠାରୁ ୪୯୦ କି.ମି ଓ ବାଲେଶ୍ୱର ଠାରୁ ୫୯୦ କି.ମି ଦୂରରେ ରହିଛି ବାତ୍ୟା ୟାସ୍ । ୟାସ ସମୁଦ୍ର ଭିତରୁ ୭ କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଥିବାବେଳେ ୨୬ ତାରିଖ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ । ବାତ୍ୟା ୟାସ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । କେନ୍ଦ୍ରପଡା, ବାଲେଶ୍ୱର ଓ ଜଗତସିଂହପୁରରେ ବର୍ଷା ପବନ ଆରମ୍ଭ ହୋଇଥିବାବେଳେ ବାତ୍ୟା ୟାସ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହେଲାଣି ।

Comments (0)
Add Comment