ପଲାସ ଓ ଖରି ବଣରେ ଲାଗିଲା ନିଆଁ

ବାରଙ୍ଗ,୨୫/୨(ଏସଏସନିୟୁଜ)ଗୁରୁବାର ଅପରାହ୍ନରେ ଭୁବନେଶ୍ବର ବ୍ଲକ୍ ଅନ୍ତର୍ଗତ ଦାଢ଼ା ପଞ୍ଚାୟତର କେନ୍ଦୁପାଟଣା ଗ୍ରାମ ଯାତ୍ରା ପଡିଆ ନିକଟ ପଳାଶ ବଣରେ ଅଗ୍ନିକାଣ୍ଡ ଘଟି ବହୁ ଗଛ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।ପାଖାପାଖି ଗୋଟିଏ ଏକର ଅଞ୍ଚଳରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।ସୂଚନାନୁସାରେ ଗ୍ରାମର ଯାତ୍ରା ପଡିଆ ନିକଟରେ ଥିବା ପଳାଶ ବଣରେ ଅପରାହ୍ନ ୧୧ ଟା ସମୟରେ ନିଆଁ ଜଳୁଥିବାର ଗ୍ରାମବାସୀ ଦେଖିବାକୁ ପାଇଥିଲେ।ଧୀରେ ଧୀରେ ନିଆରା ମାତ୍ରା ବୃଦ୍ଧି ପାଇ ପାଖାପାଖି ଗୋଟିଏ ଏକର ବଣରେ ନିଆ ବ୍ୟାପି ଯାଇଥିଲା।ଏହା ନିକଟରେ ବିଦ୍ୟାଳୟ ଏବଂ ପଞ୍ଚାୟତ କାର୍ଯ୍ୟଳୟ ଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ।ପରେ ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେବାରୁ ଚନ୍ଦ୍ରଶେଖରପୁର ରୁ ଗୋଟିଏ ଦମକଳ ଗାଡ଼ି ଆସି ନିଆଁ ଲାଭ କାର୍ଯ୍ୟ ରେ ନିୟୋଜିତ ହୋଇଥିଲା।ପ୍ରାୟ ଦୁଇ ଘଣ୍ଟାର କସରତ ପରେ ଅଗ୍ନିଶମ ବାହିନୀ ନିଆଁ କୁ ଆୟତ୍ତ କରିଥିଲେ।ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ କେହି ଦୁର୍ବୃତ୍ତ ବଣରେ ନିଆଁ ଲଗାଇଥିବା ଗ୍ରାମରେ ଚର୍ଚ୍ଚା ହେଉଛି। ସେହିଭଳିଭାବେ କଲ୍ୟାଣପୁର ନଦୀପଠାରେ ଥିବା ଖରିବଣରେ ମଧ୍ୟ ନିଆ ଲାଗିଥିବା ବେଳେ ଦମକଳ ବାହିନୀର କର୍ମଚାରୀମାନେ ଆସି ନିଆକୁ ଆୟତ କରିଥିଲେ । ଏଥିରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। (ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Comments (0)
Add Comment