ପନିପରିବା ନଷ୍ଟ କଲେ ହାତୀ

ବାଙ୍କୀ,୨୫/୮(ଏସଏସନିୟୁଜ) ବାଙ୍କୀ ଭଗିପୁର ଗ୍ରାମରେ ଚନ୍ଦକା-ଡମପଡା ହାତୀଙ୍କ ଦୈାରାମ୍‌ ଦେଖିବାକୁ ମିଳିଛି ।୨୨ ଜଣିଆ ହାତୀ ପହ୍ଲ ଜଙ୍ଗଲରୁ ବାହାରି ବୁଧବାର ଦିନ ଭଗିପୁର ଗ୍ରାମର ବିକଳ ସାହୁ, ହୃଦାନନ୍ଦ ସାହୁ, ବିମ୍ବାଧର ଆଦି ଚାଷି ମାନଙ୍କର ଚାଷଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।ପନିପରିବା ଫସଲକୁ ଦଳିମକଚି ନଷ୍ଟ କରିଥିବା ଦେଖିବାକୁ ମିଳିଛି ।ଏହା ସହିତ ହାତୀ ପହ୍ଲ ଗାଁ ଭିତରକୁ ପଶିବାକୁ ଉଦ୍ୟମ ମଧ୍ୟ କରୁଛନ୍ତି ।ଯାହାକୁ ନେଇ ଗ୍ରାମବାସୀମାନେ ଭୟରେ ରହିଛନ୍ତି ।ଗ୍ରାମବାସୀମାନେ ବନବିଭାଗକୁ ଖବର ଦେଇଥିଲେ ମଧ୍ୟ ଭଗିପୁର ବନଖଣ୍ଡର କୈାଣସି କର୍ମଚାରୀ ନଆସିବା କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

Comments (0)
Add Comment