ପାଣିରେ ପଡି ଯୁବକର ମୃତ୍ୟୁ

ଡେଲାଙ୍ଗ,୧/୨(ଏସଏସନିୟୁଜ) ଏହି ଥାନା ଅନ୍ତର୍ଗତ ଅଲଉତା ଗ୍ରାମର ସୁଭେନ୍ଦୁ ପଟ୍ଟନାୟକ କେନାଲରେ ପଡି ମୃତ୍ୟୁ ବରଣ କରିଛନ୍ତି । ପଟ୍ଟନାୟକ ଏକ ଘରୋଇ ସଂସ୍ଥାରେ କାମ କରୁଥିବାବେଳେ ଘରକୁ ନିଜ ସାଇକେଲରେ ଫେରୁ ଥିବା ସମୟରେ ଭାରସାମ୍ୟ ହରାଇ ଡେଲାଙ୍ଗ – ଅଳଉତା ରାସ୍ତାର ଡେଲାଙ୍ଗ ମାଇନର କେନାଲରେ ପଡି ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁଧ୍ୟାନ ବେଳେ ଜାଣିବାକୁ ପାଇଛି ।କେନାଲରେ ପାଣି ଥିବାରୁ ପାଣିରେ ମୁହଁ ମାଡି ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ତାଙ୍କ ପରିବାର ପକ୍ଷରୁ ଅନୁମାନ କରାଯାଇଥିବା ଜଣାପଡିଛି । ସୋମବାର ସକାଳେ ଲୋକମାନେ ଦେଖି ଡେଲାଙ୍ଗ ଥାନାକୁ ଖବର ଦେବାପରେ ପୋଲିସ ଆସି ଏକ ଅପମୃତ ମାମଲା ଋଜୁକରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଛନ୍ତି ।

Comments (0)
Add Comment