ପଞ୍ଜାବର ନୁଆ ମୁଖ୍ୟମନ୍ତ୍ରୀ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ନେଲେ ଶପଥ

ଭୁବନେଶ୍ୱର, ୨୦/୯(ଏସ ଏସ ନିୟୁଜ) ସୋମବାର ପୂର୍ବାହ୍ନରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଚରଣଜିତ ସିଂହ ଚନ୍ନି ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ସୁଖଜିନ୍ଦର ଏସ ରାନ୍ଧୱା ଏବଂ ଓମପ୍ରକାଶ ସୋନି ଦୁଇ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ରାଜ୍ୟପାଳ ବନୱରିଲାଲ ପୁରୋହିତ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଉପସ୍ଥିତ ଥିବାବେଳେ ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଯୋଗଦେଇନଥିଲେ ।ତେବେ ଚନ୍ନି ତୃତୀୟଥରପାଇଁ ରୁପନଗର ଚାମକଉର ସାହିବ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Comments (0)
Add Comment