ପରୀ ଓ ପିହୁ ପରେ ଏବେ ୩ ବର୍ଷର ସ୍ୱାତୀ

ଖବର ଆଜିର,ତାରିଖ ୧୩-୧୨-୨୦ ରବିବାର

୧-ସରକାର ଅନୁମତି ଦେବା ପରେ ଆସନ୍ତା ୨୩ତାରିଖରୁ କୋଭିଡ୍ କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲାଯିବା ସହ ଦର୍ଶନ ସୁବିଧା ମିଳିବ। ପ୍ରଥମ ୭ଦିନ ପୁରୀବାସିନ୍ଦାଙ୍କୁ ଦର୍ଶନ ସୁଯୋଗ ଦିଆଯିବ। ପରେ ଜାନୁୟାରୀ ୩ତାରିଖରୁ ଜିଲା ବାହାର ଲୋକେ ଦର୍ଶନ କରିପାରିବେ।
୨-ବାଲେଶ୍ଵର ଜିଲ୍ଲା ନୀଳଗିରି -ମୋବାଇଲ ବେଟେରୀ ବିସ୍ଫୋରଣରେ ନାବାଳକ ଗୁରୁତର, ତିନି ଦିନ କଷ୍ଟରେ ଛଟପଟ ପରେ ଏସଡିଏମଓ କଲେ ଅପରେସନ ।
୩-ଚାଷୀ ଆନ୍ଦୋଳନକୁ କାଉଣ୍ଟର କରିବାକୁ ବିଜେପିର ଯୋଜନା । ୭ଶହରୁ ଅଧିକ ଜିଲ୍ଲାରେ ଜନସଭା କରିବ ଦଳ । ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ବୁଝାଇବାକୁ କରିବ ପ୍ରୟାସ ।
୪-ପରୀ ଓ ପିହୁ ପରେ ନୟାଗଡ଼ରୁ ନିଖୋଜ ହୋଇଗଲା ୩ ବର୍ଷର ସ୍ୱାତୀ । ଶିଶୁ ନିଖୋଜରେ ଦେଶରେ ତୃତୀୟ ସ୍ଥାନରେ ଓଡ଼ିଶା ।
୫–ରାଜ୍ୟରେ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଉପରେ ନିୟନ୍ତ୍ରଣ ରଖିବା ଲାଗି ଖାଉଟି କଲ୍ୟାଣ ପୋର୍ଟାଲ ଖୋଲାଯିବ ।
୬-୧୭ଦିନରେ ଚାଷୀଙ୍କ ଆନ୍ଦୋଳନ । ଟୋଲ ପ୍ଲାଜାରେ ଯାତାୟତ ବନ୍ଦ କଲେ ଆନ୍ଦୋଳନରତ ଚାଷୀ । ସେପଟେ ୧୪ତାରିଖରେ ଦେଶବ୍ୟାପୀ ଧର୍ମଘଟ ବେଳେ କୃଷକ ନେତାଙ୍କ ଆମରଣ ଅନଶନ ଘୋଷଣା ।
୭-ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ସହ ମିଶି କାମ କରିବାକୁ ଫିକ୍କିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ।
୮-FICCI ର ୯୩ତମ ସାଧାରଣ ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ନିବେଶର ପେଣ୍ଠସ୍ଥଳୀ ପାଲଟିଛି ଓଡ଼ିଶା ।
୯-ଏଲଇଡ଼ି ଆଲୋକମାଳାରେ ଝଲସିବ ସୂର୍ଯ୍ୟମନ୍ଦିର, ,ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ , ଆଇକନ ସିଟିକୁ ଦୃଷ୍ଟିରେ ରଖି ଏଏସଆଇର ବହୁମୁଖୀ ଯୋଜନା ।
୧୦-କଠୋର ହେଲା କେନ୍ଦ୍ର, ଡେପୁଟେସନରେ ପଶ୍ଚିମବଙ୍ଗର ୩ ଆଇପିଏସ ଅଧିକାରୀ ।
୧୧-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକରେ ଖୋଲିଲା କଂଗ୍ରେସର ଗୁମର । ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ରେ ଉଲ୍ଲେଖ, ୨୦୧୪ରେ ଦଳୀୟ ପରାଜୟ ପାଇଁ ସୋନିଆ ଓ ମନମୋହନଙ୍କୁ ଦାୟୀ ।
୧୨-ଦୁର୍ବଳ ହେବାରେ ଲାଗିଛି ଲାଲୁଙ୍କ କିଡନି ।
୧୩-ନେସ୍କୋ, ୱେସ୍କୋ ଓ ସାଉଥକୋ ଉପଭୋକ୍ତାଙ୍କ ପାଇଁ ଇ-ସର୍ଭିସ ସେବା ।ଏଣିକି ଏହି ବିଦ୍ୟୁତ ବଣ୍ଟନ କମ୍ପାନିରୁ ସେବା ପାଉଥିବା ଉପଭୋକ୍ତାମାନେ ‘ଓଡ଼ିଶା ୱାନ୍‌’ ପୋର୍ଟାଲ୍ ଯଥା www.odishaone.gov.in  ଜରିଆରେ ସେମାନଙ୍କ ବିଦ୍ୟୁତ ବିଲ୍ ପଇଠ କରିପାରିବେ।
୧୪-ମହମ୍ମଦ ସିରାଜଙ୍କ ଖେଳୁଆଡ ମନୋଭାବ ଜିତିଲା ସଭିଙ୍କ ହୃଦୟ, ବିପକ୍ଷ ଖେଳାଳିଙ୍କ ମୁଣ୍ଡରେ ବଲ୍ ବାଜିବାରୁ ବ୍ୟାଟ୍ ଛାଡି ପାଖକୁ ଦୌଡି ଯାଇଥିଲେ ।

Comments (0)
Add Comment