ପାରିବା ଦୋକାନରେ ଦୁର୍ବୁତ୍ତ ଲଗାଇଲେ ନିଆଁ

ବାରଙ୍ଗ,୨୫/୨(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଡପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଏକ ପରିବା ଦୋକାନ ରେ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି ।ଫଳରେ ଦୋକାନ ରେ ଥିବା ପିଆଜ ଆଳୁ , ରସୁଣ , ସାରୁ ,ଓ ବିଭିନ୍ନ ପ୍ରକାର ପରିବା ପତ୍ର ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଲିଛି ।ସୂଚନା ମୁତାବକ ଗତକାଲି ରାତିରେ ରତାଗଡ଼ ଗ୍ରାମର ପରିବା ଦୋକାନୀ ସୁଶାନ୍ତ ପଣ୍ଡା ଙ୍କ ସହିତ ସେହି ଗ୍ରାମର କିଛି ଯୁବକ ପାରିବା କିଣା ବିକା କୁ ନେଇ ଦୋକାନୀ ସୁଶାନ୍ତ ଙ୍କ ସହ ବଚସା ହୋଇଥିଲା ପରେ ପାଟିତୁଣ୍ଡ ବେସି ହେବାରୁ ସୁଶାନ୍ତ ପଣ୍ଡା ଘରକୁ ଚାଲିଯାଇଥିଲେ ।ସେ ସୋଇଥିବା ବେଳେ ଷଣ୍ଡପୁର ଗ୍ରାମର କିଛି ଲୋକ ଦୋକାନରେ କେହି ଦୁର୍ବୁତ୍ତ ନିଆଁ ଲାଗେଦେଇଚି ଦୋକାନୀ ଶ୍ରୀ ପଣ୍ଡା ଙ୍କୁ ଖବର ଦେଇଥିଲେ । ଖବର ପାଇ ଦୋକାନୀ ଜଣକ ଆସିଲା ବେଳକୁ ସବୁକିଛି ଜାଳି ପୋଡି ପାଉଁଶ ହୋଇଯାଇଛି ।ଏଭଳି କାଣ୍ଡ ଗତକାଲି ରାତିରେ ପାଟିତୁଣ୍ଡ ହୋଇଥିବା ଯୁବକ ମାନେ କରିଥିବା ପରିବାର ଲୋକେ ସନ୍ଧେହ କରୁଛନ୍ତି ।ଏ ସମ୍ପର୍କରେ ଗୋଡ଼ିସାହି ଫାଣ୍ଡିରେ ଅଭିଯୋଗ ହେବା ପରେ ତଦନ୍ତ ଚାଲିଛି ଖୁବଶୀଘ୍ର ଜଣାପଡ଼ିବ ବୋଲି ଫାଣ୍ଡି ଏସଆଇ ସମୀର ମହାପାତ୍ର ସୂଚନା ଦେଇଛନ୍ତି ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Comments (0)
Add Comment