ପରିସ୍ଥିତି ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ

ଭୁବନେଶ୍ୱର,୪/୪(ସତ୍ୟସନ୍ଧାନ ଡେସ୍କ) ଆଜି ମାଲକାନଗିରି, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ପୁଲିସ ମୁଖ୍ୟାଳୟ ପରିଦର୍ଶନ ସହ ପରିସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ମାଓବାଦୀ ବିପଦକୁ ସଫଳତାର ସହ ମୁକାବିଲା କରିଥିବାରୁ ପ୍ରଶଂସା କରି ବା ସହ ଛନ୍ତି ହିଂସା ମାର୍ଗ ଛାଡି ଗଣତାନ୍ତ୍ରିକ ଉପାୟ ମାଧ୍ୟମରେ ଏହି ଅଞ୍ଚଳର ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ମୁଖ୍ୟ ସ୍ରୋତରେ ଯୋଗ ଦେବାକୁ ସେ ପୁଣି ଥରେ ମାଓବାଦୀ କ୍ୟାଡରମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଅଭୟ ସ୍ୱାଭିମାନ ଅଞ୍ଚଳର ଆନ୍ଦ୍ରହଲ, ହନ୍ତାଗୁଡା, ଜୋଡାମ୍ବୋ ଏବଂ ଗୁରୁସେତୁ ଠାରେ କମ୍ପାନୀ ଅପରେଟିଙ୍ଗ ବେସ (ସିଓବି) ସ୍ଥାପନ ଓ ଜୋଡମ୍ବୋରେ ପୁଲିସ ଷ୍ଟେସନ ସ୍ଥାପନ ନେଇ ମାଲକାନଗିରି ପୁଲିସର ପ୍ରଶଂସା କରିଛନ୍ତି। ସ୍ୱାଭିମାନ ଅଂଚଳରେ ବିକାଶ କାର୍ଯ୍ୟକୁ ସୁଗମ କରିବା ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିଥିବାରୁ ଡିଜିପି ସେମାନଙ୍କୁ ପ୍ରଶଂସା କରିଛନ୍ତି। ଆଜି ଡିଜିପି ମାଲକାନଗିରିର ଏମଭି-୨ରେ ନବ ନିର୍ମିତ ଏସଡ଼ିପିଓ କାର୍ଯ୍ୟାଳୟ ଭବନକୁ ଉଦଘାଟନ କରିଛନ୍ତି। ସେହିଭଳି, କୋରାପୁଟ ଏବଂ କନ୍ଧମାଳ ରେ ସେ ସାମଗ୍ରିକ ପରିସ୍ଥିତି ଏବଂ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ, ପୁଲିସ ମୁଖ୍ୟାଳୟ ଏଡିଜିପି, ପୁଲିସ ପରିଚାଳନା ଆଇଜିପି ଏବଂ ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଏସପି ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments (0)
Add Comment