ପୋଲିସପିସ୍ତଲରୁ ଗୁଳିଫୁଟି ୨ମୃତ

ସୁବର୍ଣ୍ଣପୁର , ୬ା୮(ଏସଏସନିଉଜ)ପୋଲିସ ପିସ୍ତଲରୁ ଗୁଳି ଫୁଟି ୨ଜଣଙ୍କର ମୃତ୍ୟୁଘଟିଛି ।ମୃତକ ହେଉଛନ୍ତି ଚୁଲିମାଲ ଗାଁର ମନୋଜ ଝାଙ୍କର ଓ ସହଦେବ ଝାଙ୍କର।ବିନିକା ଥାନା ଅଞ୍ଚଳର ଚୁଲିମାଲ ଗାଁଠାରୁ ଅଳ୍ପ ଦୂରରେ ଏକ ନିଛାଟିଆ ସ୍ଥାନରେ ଥିବା କୁକୁଡ଼ା ଫାର୍ମପାଖ ଖୋଲା ପଡ଼ିଆରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଉଭୟ ସମ୍ପର୍କୀୟ ଭାଇ ହୋଇଥିବାବେଳେ କୌଣସି କଥାକୁ ନେଇ ପାଟିତୁଣ୍ଡ ଓ ପରେ ଜଣେ ଅନ୍ୟ ଜଣଙ୍କ ମୁଣ୍ଡକୁ ଗୁଳି କରିଥିବାନେଇ ଆଶଙ୍କା କରାଯାଉଛି ।ମୃତଦେହ ନିକଟରୁ ପୋଲିସ ସର୍ଭିସ ପିସ୍ତଲ ମଧ୍ୟ ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ପୋଲିସ କନଷ୍ଟେବଲ ଥିବାର ଜଣାପଡିଛି ।

Comments (0)
Add Comment