ପ୍ରବାସୀ ଶ୍ରମିକଙ୍କୁ ସୀମାରେ ପହଁଚାଉଛି ଓଡିଶା ପୋଲିସ

ଭୁବନେଶ୍ୱର.୧୪/୫(ଏସ୍‌ଏସ୍‌ନିୟୁଜ) ପାଦରେ ଚାଲିଚାଲି ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ ଓଡିଶା ସୀମାରେ ପହଁଚାଇବାରେ ଓଡିଶା ପୋଲିସ ସହାୟତାର ହାତ ବଢାଇଛି ।ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଓଡିଶା ମଧ୍ୟ ଦେଇ ସେମାନଙ୍କ ନିଜନିଜ ରାଜ୍ୟ ଯଥା ପଶ୍ଚିମବଙ୍ଗ ,ଛତିଶଗଡ, ଝାଡଖଣ୍ଡ ଓ ବିହାରକୁ ୍‌ଯାଉଛନ୍ତି । ରାଜ୍ୟ ସରକାରଙ୍କ ପ୍ରୟାସକ୍ରମେ ଏହି ପ୍ରବାସୀମାନଙ୍କୁ ରାଜ୍ୟସୀମାରେ ପହଂଚାଇବା ପାଇଁ ଓଡିଶା ପୋଲିସ ପକ୍ଷରୁ ବସ୍ ର ବନ୍ଦୋବସ୍ତ କରାଯାଇଛି ।ଏହି ସବୁ ବସ୍ ରାଜ୍ୟର ପ୍ରମୁଖ ସୀମା ତନଖି ଫାଟକ ସାହେଲା,ଗିରିସୋଳା ଓ କେରଡାଠାରୁ ପ୍ରବାସୀଙ୍କୁ ନେଇ ସେମାନଙ୍କ ରାଜ୍ୟ ସୀମା ନିକଟରେ ଛାଡିବାର ବ୍ୟବସ୍ଥା କରାଯାଇଛି ।ଗତକାଲି ସନ୍ଧ୍ୟାରେ ଓଡିଶା ଦେଇ ପାଦରେ ଚାଲିଚାଲି ଆସୁଥିବା ୨୫୦ରୁ ଉର୍ଦ୍ଧ ପ୍ରବାସୀ ଶ୍ରମିକଙ୍କୁ ୬ଟି ବସ୍ ରେ ରାଜ୍ୟ ସୀମାରେ ପହଂଚାଯାଇଛି ।ବରଗଡର ସାହେଲାଠାରୁ ଝାଡଖଣ୍ଡ ରାଜ୍ୟର କିଛି ପ୍ରବାସୀ ଙ୍କୁ ଦୁଇଟି ବସ୍ ରେ ବୀରମିତ୍ରପୁରଠାରେ ଛଡାଯାଇଥିବାବେଳେ ପଶ୍ଚିମବଙ୍ଗର ପ୍ରବାସୀଙ୍କୁ ମୟୁରଭଞର ଜାମସୋଳାଠାରେ ପହଂଚାଇବାର ବ୍ୟବସ୍ଥା କରାଯାଇଛି । ରାୟଗଡା ଜିଲ୍ଲା କେରଡାଠାରୁ ଦୁଇଟି ବସ୍ ଛତିଶଗଡର କିଛି ପ୍ରବାସୀଙ୍କୁ ନେଇ ନବରଙ୍ଗପୁର ଓ ନୁଆପଡା ଜିଲ୍ଲାର ରାଜ୍ୟ ସୀମାରେ ପହଂଚାଇଯାଇଥିବାବେଳେ ବ୍ରହ୍ମପୁର ପୋଲିସ ଦ୍ୱାରା ଜିଲ୍ଲାର ଗିରିସୋଳାଠାରୁ ଦୁଇଟି ବସ୍ ରେ ପଶ୍ଚିମବଙ୍ଗର କିଛି ପ୍ରବାସୀଙ୍କୁ ମୟୁରଭଞ ଜିଲ୍ଲା ସୀମା ଜାମସୋଳାଠାରେ ପହଁଚାବାର ବ୍ୟବସ୍ଥା କରାଯାଇଥିବାର ଜଣାପଡିଛି ।

Comments (0)
Add Comment