ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ

ଭୁବନେଶ୍ବର,୮/୨(ଏସଏସନିୟୁଜ) ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ । ମେ ୩ରୁ ମେ ୧୫ ଯାଏଁ ଚାଲିବ ପରୀକ୍ଷା।ମାଧ୍ୟମିକ ଶିକ୍ଷା ପରିଷଦ କଟକ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ମେ ୩ (ସୋମବାର) ଦିନ ପ୍ରଥମ ମାତୃଭାଷା ଓଡିଆ,ମେ ୫ (ବୁଧବାର) ୨ୟ ଭାଷା ଇଂରାଜୀ,ମେ ୭ (ଶୁକ୍ରବାର) ହିନ୍ଦୀ ମେ ୮(ଶନିବାର) ସଂସ୍କୃତମେ ୧୦ରେ ଗଣିତ ପରୀକ୍ଷା,ମେ ୧୨ରେ ବିଜ୍ଞାନ,ମେ ୧୫ରେ ସାମାଜିକ ବିଜ୍ଞାନ ର ପରୀକ୍ଷା କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ୩ତାରିଖରୁ ୧୫ତାରିଖ ପର୍ଯୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ଗୋଟିଏ ସିଟିଂର ହେବ ।ଗଣିତ କୁ ଛାଡି ଅନ୍ୟ ବିଷୟର ପରୀକ୍ଷା ପ୍ରତ୍ୟେକ ଦିନ ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷ ହେବ ।ଗଣିତପାଇଁ ପରୀକ୍ଷାର ଶେଷ ସମୟ ୧୦.୧୫ମିନଟ ରଖାଯାଇଛି ।୭.୪୫ମିରେ ଉଭୟ ପାର୍ଟ-୧ ଓପାର୍ଟ-୨ ର (ଅବ୍ଚେଟିଭ ଓ ସବ୍ଚେଟିଭ)ପ୍ରଶ୍ନପତ୍ର ବଂଟାଯିବ ।ପାର୍ଟ-୧ପରୀକ୍ଷା ୮ଟାରୁ ୯ଟା ଓ ପାର୍ଟ-୨ପରୀକ୍ଷା ୯ଟାରୁ୧୦ଟା ପର୍ଯ୍ୟନ୍ତ ହେବ ।କେବଳ ଗଣିତ ଅବ୍ଚେଟିଭ ପରୀକ୍ଷା ୮ଟାରୁ୯.୧୫ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ କଟକ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି ।

Comments (0)
Add Comment