ପୁଅଭାଙ୍ଗିଲା ନିୟମ ,ବାପାକୁ ଜୋରିମାନା

ଭୁବନେଶ୍ବର :୧/୧୨-  ପୁଅ ଭାଙ୍ଗିଲା ନିୟମ , ହେଲେ ବାପା କୁ ଦେବାକୁ ପଡିଲା ଜୋରିମାନା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ମଧୁପାଟଣା ଥାନା ଅଞ୍ଚଳରେ । ପ୍ରକାଶ ଯେ ,   ଆଜି ଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ଲାଗୁକରାଯାଇଛି । କେବଳ ଗାଡି କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସକୁ ଛାଡି ଟ୍ରାଫିକ ନିୟମର ଅନ୍ୟସମସ୍ତ ଦିଗକୁ କଡାକଡି କରାଯାଇଛି । ପରିବହନ ବିଭାଗ ପକ୍ଷରୁ ପ୍ରକାଶିିତ ବିଜ୍ଞପ୍ତି ଅନୁଯାଇ ହେଲମେଟ ନ ପିନ୍ଧି ଗାଡି   ଚଳାଇଲେ,ବେପାରୁଆ ଭାବେ ଗାଡି ଚଳାଇଲେ,ଟ୍ରାଫିକ ରେଡ୍‍ ଲାଇଟ୍‍ ଉଲ୍ଲଘଂନ କଲେ,ମଦ୍ୟପାନ କରି ଗାଡି ଚଳାଇଲେ,ରଙ୍ଗ୍‍ ରୁଟରେ ଗାଡି ଚଳାଇଲେ ଏବଂ ଚାରି ଚକିଆ ଗାଡି ଚଳାଉଥିବା ସମୟରେ ସିଟ୍‍ ବେଲ୍ଟ ନ ବାନ୍ଧିଲେ, ବାଇକରେ ୩ ଜଣ ଯାତ୍ରା କରୁଥିଲେ, ଗାଡି ଚଳାଉଥିବା ସମୟରେ ଫୋନରେ କଥା ହେଲେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ । ହେଲେ ରବିବାର ଦିନ  କଟକର ମଧୁପାଟଣା ଛକରେ  ଜଣେ ନାବାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରିବାରୁ ତାଙ୍କ ବାପାଙ୍କୁ ଜରିମାନା ଆଦାୟ କରାଯାଇଛି। ନାବାଳକ ଜଣଙ୍କ ୧୮ ବର୍ଷରୁ କମ, ହେଲମେଟ ନପିନ୍ଧି ଗାଡ଼ି ଚଲାଇବା, ମୋବାଇଲରେ କଥା ହେବା ସମୟରେ ପୁଲିସ ତାଙ୍କୁ ଧରିଥିଲା। ଉକ୍ତ ୩ଟି ଟ୍ରାଫିକ ନିୟମକୁ ଉଲ୍ଲଂଘନ କରିଥିବାରୁ ନାବାଳକଙ୍କ ବାପାଙ୍କୁ ଡ଼ାକି ପୁଲିସ ୬ ହଜାର ଟଙ୍କା ଚାଲାଣ କାଟିଥିବା ସୂଚନା ମିଳିଛି।

Comments (0)
Add Comment