ପୁରଣ ହେଲା ସରପଞ୍ଚଙ୍କ ପ୍ରତିଶୃତି

ଗୋପ,୨୦/୭(ଏସଏସନିୟୁଜ) ଗତ ପଞ୍ଚାୟତ ନିର୍ବାଚନରେ ପଂଚାୟତବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ଆଜି ଗୋପ ସରପଞ୍ଚ ସୁଶାନ୍ତ ସ୍ବାଇଁ ଏକକାଳୀନ ଦୁଇଟି ପ୍ରକଳ୍ପର ଶୁଭ ଦେଇ ପୁରଣ କରିଛନ୍ତି ।୨୦୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଦଶ ଅର୍ଥକମିଶନ ଭାରତ ସରକାରଙ୍କ ଅନୁଦାନରେ କୁଶୁପୁର ରାଜସ୍ୱ ମୌଜା ଅନ୍ତର୍ଗତ କୁଶୁପୁର, ବିସରପୁର, ଜିରିକଣା ଗ୍ରାମରେ ବସବାସ କରୁଥିବା ପାଖାପାଖି ୭୦୦ପରିବାରଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇଅସୁଥିବା ବେଳେ ଆଜି ଗୋପ ଏବଂ ବ୍ୟାୟାକୁଦା ରାଜସ୍ୱ ମୌଜା ଅନ୍ତର୍ଗତ ଦୁଇଟି ପ୍ରକଳ୍ପ ଜଳ ଜୀବନ ମିଶନ ଯୋଜନା, ଭାରତ ସରକାରଙ୍କ ସହାୟତାରେ ହେବାକୁ ଥିବା ପ୍ରକଳ୍ପକାର‌୍ୟ୍ୟ ପାଇଁ ରାଜ୍ୟ ଗଣଶିକ୍ଷାମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭ ଦେଇଛନ୍ତି । ୩କୋଟି ବ୍ୟୟ ବରାଦରେ ହେବାକୁ ଥିବା ଏହି ଦୁଇଟିପ୍ରକଳ୍ପ ଦ୍ୱାରା ୧୩୦୦ରୁ ଉର୍ଦ୍ଧ ପରିବାର ସୁଦ୍ଧ ପିଇବା ପାଣି ପାଇପାରିବେ ।

Comments (0)
Add Comment