ପମ୍ପ ହାଉସରେ ତାଲା ପକାଇଲେ ମହିଳା

ଟମକା,୨୩ା୪(ଏସଏସନିଉଜ) ଦାନଗଦି ବ୍ଲକ୍ ଗୋବର୍ଦ୍ଧନପୁର ପଞ୍ଚାୟତବାସୀ ସଠିକଭାବେ ପାନୀତଜଳ ଯୋଗାଣରେ ଅବ୍ୟବସ୍ଥା କରାଯାଉଥିବାର ଦର୍ଶାଇ ବସୁଧା ପାନୀୟଜଳପ୍ରକଳ୍ପ ପମ୍ପହାଉସରେ ତାଲା ପକାଇବାସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।ଗୋଟେପଟେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରିରହିଥିବାବେଳେ ପାନୀୟ ଜଳ ନମିଳିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଦାନଗଦି ବ୍ଲକ୍‌ରେ ବୃହତ୍ ପାନୀୟ ଜଳ ପ୍ରକଳ୍ପରୁ ପାଣି ଏବେ ସୁଦ୍ଧା ଗାଁ ଗହଳିରେ ପହଞ୍ଚି ପାରିନାହିଁ। ଅନେକ ପଞ୍ଚାୟତରେ କାମ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। କେଉଁଠି କାମ ୩୦ ପ୍ରତିଶତ ହୋଇଛି ତ ଆଉ କେଇଁଠି ପାଇପ ସଂଯୋଗ କାମ ମଧ୍ୟ ଆରମ୍ଭ ହୋଇନାହିଁ। ବ୍ଲକ୍‌ର ୭୧ଟି ଗ୍ରାମକୁ ପାଇପ୍ ଜଳ ଯୋଗାଣ ହୋଇପାରିନାହିଁ। ୨୦୧୯ ମସିହାରେ ଗୋବର୍ଦ୍ଧନପୁର ପଞ୍ଚାୟତରେ ବସୁଧା ଯୋଜନା ଜରିଆରେ ଗୋବର୍ଦ୍ଧନପୁର, ଜେମଦେଇପୁର, ମାନପୁର ନୂଆସାହି, ଅଲେଖପୁର ଏବଂ ମାନପୁର ପୁରୁଣା ସାହିକୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରଖାଯାଇଥିଲା।ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଯୋଜନା ଠିକ୍ ଭାବେ କାର୍ଯ୍ୟକାରୀହୋଇପାରିନାହିଁ। ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

Comments (0)
Add Comment