ପୁଣି ବଢିଲା ଅର୍ଣ୍ଣବଙ୍କ ପାଇଁ ଅଡୁଆ

ଖବର ଆଜିର,ତାରିଖ ୨୪-୧୨-୨୦ ଗୁରୁବାର

୧-ଆନ୍ଦୋଳନକାରୀ କୃଷକଙ୍କୁ ବୁଝାଇବେ ପ୍ରଧାନମନ୍ତ୍ରୀ, ୨୫ରେ କରିବେ ସମ୍ଵୋଧନ ।
୨-ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଆର୍ଥିକ ବ୍ୟାପାର କମିଟି –ପାଞ୍ଚ ବର୍ଷରେ ୪ କୋଟିରୁ ଉର୍ଦ୍ଧ୍ଵ ତଫସିଲଭୁକ୍ତ ଜାତି ଛାତ୍ରବୃତ୍ତି ଯୋଜନା ପାଇଁ ୫୯ ହଜାର କୋଟି ଅର୍ଥରାଶି ଅନୁମୋଦିତ ।
୩-ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରସ୍ତାବ : ସତ୍ବନ୍ତ୍ର କୋର୍ଟ ଖୋଲ, ନେତାଙ୍କର ହେବ ତ୍ବରିତ ବିଚାର ।
୪-ସିଆରପିଏଫ ୧୧୫ ବାଟାଲିୟନ ଉପରେ ଆତଙ୍କୀ ଆକ୍ରମଣ : ୩ ଜବାନ ଆହତ
୫-ସରକାରଙ୍କ ଆଲୋଚନା ଆମନ୍ତ୍ରଣକୁ ପ୍ରତ୍ୟାଖାନ କଲେ କୃଷକ ସଂଗଠନ, କହିଲେ- ନିଆଁ ସହ ଖେଳନି, ଆନ୍ଦୋଳନକୁ ହାଲୁକା ନିଅନି ।
୬-ଋଣ ଆପ୍ ପାଇଁ ବଢ଼ୁଛି ଆତ୍ମହତ୍ୟା, ପରିଶୋଧ ବିଳମ୍ବ ହେଲେ ନିର୍ଯ୍ୟାତନା
୭-ପୁଣି ବଢିଲା ଅର୍ଣ୍ଣବଙ୍କ ପାଇଁ ଅଡୁଆ । ରିପବ୍ଲିକ ଭାରତ ଟିଭି ଉପରେ ବ୍ରିଟେନ୍ ଲଗାଇଲା ୨୦ ଲକ୍ଷ ଟଙ୍କାର ଜରିମାନା । କହିଲା ଅର୍ଣ୍ଣବ ବିତର୍କ ମାଧ୍ୟମରେ ସୃଷ୍ଟି କରୁଛନ୍ତି ଘୃଣା ।
୮-ଭୁବନେଶ୍ୱରରେ ବ୍ରିଟେନ ଫେରନ୍ତା । କୋଭିଡ ପରୀକ୍ଷା ପାଇଁ ଚିହ୍ନଟ ବ୍ୟକ୍ତିଙ୍କର ନିଆଗଲା ନମୂନା । ଭୟଭୀତ ନହେବାକୁ ପରାମର୍ଶ ।
୯-ଡିସେମ୍ବର ୩୧ରେ ଅବସର ନେବେ ଅସିତ ତ୍ରିପାଠୀ । ଅସିତ ଏବେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିସନର ଭାବେ କାର୍ଯ୍ୟରତ ଅଛନ୍ତି ।
୧୦-ଜାରି ହେଲା ଏସ୍‌ଓପି, ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ ମନା ।
୧୧-ପୋଙ୍ଗଲରେ ଜାଲିକାଟ୍ଟୁ: ସରକାର ଦେଲେ ଅନୁମତି, ଖେଳାଳିଙ୍କୁ ଦାଖଲ କରିବାକୁ ପଡ଼ିବ କରୋନା ନେଗେଟିଭ୍ ପ୍ରମାଣପତ୍ର ।
୧୨-ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ ମୟୂରଭଞ୍ଜର ପୂର୍ବତନ ମହାରଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
୧୩-ପରୀ ହତ୍ୟା ମାମଲାରେ ଏସଆଇଟିକୁ ମିଳିଲା ଆଉ ଏକ ସୁରାକ । ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ବାହାରିଥିଲା ରକ୍ତ ।
୧୪-ଆଇସିସି ଟି-୨୦ ମାନ୍ୟତା : ଶ୍ରେଷ୍ଠ ୧୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରାହୁଲ, କୋହଲି ।
୧୫-ବ୍ରହ୍ମପୁରର କୋଟିପତି ଅଙ୍ଗନବାଡି କର୍ମୀ ଗିରଫ । ୨କୋଟି ୨୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କଲା ଭିଜିଲାନ୍ସ ।
୧୬-ବଦଳିଲା ଡିଟିଏଚ ସେବା ନିୟମ, କ୍ୟାବିନେଟ ନିଷ୍ପତ୍ତିରେ ଲାଭାନ୍ଵିତ ହେବେ ଉପଭୋକ୍ତା
୧୭-ରିଜର୍ଭ ବ୍ୟାଙ୍କ କହିଛି, ଅନଲାଇନ୍ / ମୋବାଇଲ୍ ଆପ୍ ମାଧ୍ୟମରେ କମ୍ପାନୀ / ଫାର୍ମ ଋଣର ଅଫର କରୁଥିଲେ ପ୍ରଥମେ ଯାଞ୍ଚ କରନ୍ତୁ। ଏ ନେଇ ସାଧାରଣ ଲୋକଙ୍କୁ ସତର୍କ କରାଇଛି ଆରବିଆଇ।
୧୮-ପୂର୍ବ ଲଦାଖରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଚୀନ ଦେଇଥିବା ପ୍ରସ୍ତାବକୁ ଭାରତୀୟ ସେନା ପ୍ରତ୍ୟାଖ୍ୟାନ କରିଦେଇଛି।

Comments (0)
Add Comment