ପୁଣି ବଢିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା , ୧୨୫ କୁ ବୃଦ୍ଧି

ଭୁବନେଶ୍ଵର :୨୯/୪(ଏସ୍ଏସ୍ଏନ୍) ପୁଣି ବଢିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି  ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ହୋଇଥିବା ରୋଗୀ ବାଲେଶ୍ବରର ବୋଲି ସୁଚନା ମିଳିଛି ।  ଏହି ତିନି ଜଣଙ୍କୁ ମିଶାଇ ବାଲେଶ୍ଵରରେ ଆକ୍ରାନ୍ତ ସଂଖା ୧୯ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ତିନି ଜଣ ବାଲେଶ୍ଵର ଜିଲାର ହୋଇଥିବା ବେଳେ ସେମାନେ ନିକଟରେ ପଶ୍ଚିମବଙ୍ଗରୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି  ସୂଚନା ଦିଆଯାଇଛି।

Comments (0)
Add Comment