ପୁଣି ଶ୍ରୀମନ୍ଦିର ଫଟୋ ହେଲା ଭାଇରଲ

ପୁରୀ,୧୩/୨(ଏସଏସନିୟୁଜ) ପୁଣି ଶ୍ରୀମନ୍ଦିର ଭିତରର ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି | ଯାହାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ପ୍ରଶ୍ନବାଚୀ,ଇନଷ୍ଟାଗ୍ରାମରେ ସାଲିନି ଫସୀ ଓ ଇଣ୍ଡିଆନ ଟେମ୍ପଲର ଦୁଇଟି ଆକାଉଣ୍ଟରେ ଶ୍ରୀମନ୍ଦିରର ଏହି ଫଟୋ ଭାଇରଲ ହୋଇଛି , ଦକ୍ଷିଣ ଦ୍ୱାର ପଟୁ ଏହି ଫଟଚିତ୍ର ଉତ୍ତୋଳନ କରାଯାଇଥିବା ଜଣାପଡୁ ଥିବାବେଳେ ବାରମ୍ବାର ଶ୍ରୀମନ୍ଦିର ଭିତରର ଫଟୋ ଭାଇରଲକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ଯୋଗୁ ଏପରି ହେଉଥିବାର ଜଣାପଡିଛି
ଫେବୃଆରୀ ୨ତାରିଖ ଦିନ ଏହି ଫଟ ଅପଲୋଡ଼ ହୋଇଥିବା ବେଳେ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିରର ସିଂହଦ୍ୱାର ଦେଇ ପ୍ରବେଶ କରୁଥିଲେ ସିଂହଦ୍ୱାର ନିକଟରେ ସ୍ୱତନ୍ତ୍ର ଚେକିଂର ବ୍ୟବସ୍ଥା ରହିଥିବା ବେଳେ କିଭଳି ଭକ୍ତ ଜଣଙ୍କ ଭିତରକୁ ମୋବାଇଲ ନେଇ ଯିବା ସହ ଫଟ ମଧ୍ୟ ଉତ୍ତଳନ କଲେ ଏବଂ ସୋସିଆଲ ମିଡ଼ିଆରେ ଭାଇରଲ କଲେ ତାହାକୁ ନେଇ ଉଠିଛି ସବୁଠୁ ବଡ ପ୍ରଶ୍ନ

Comments (0)
Add Comment