ପୁରୀକୁ ଆସିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ,୧୩/୨(ଏସଏସନିୟୁଜ) ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତି ପାଇ ଆରମ୍ଭ ହେଲା ପ୍ରଥମ ପର୍ଵ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରକରେ ନୟାଗଡ ବନଖଣ୍ଡରୁ ୪୯ଟି ଅସନ ଓ ଧଉରା ରଥକାଠ ଆସି ପହଞ୍ଚିଛି। ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇ ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ଶ୍ରୀରାମ ନବମୀ ଠାରୁ ପରମ୍ପରା ଅନୁଯାୟୀ ତିନିରଥ ନିର୍ମାଣ ପାଇଁ କଟକ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାପଡିଛି ।

 

Comments (0)
Add Comment