ରାଜ୍ୟରେ ପଜିଟିଭ୍ ଚିହ୍ନଟ ୧୯୪୮ସଂଖ୍ୟା ଛୁଇଁଲା

ଭୁବନେଶ୍ୱର,୩୧/୫(ଏସଏସିୟୁଜ)ରାଜ୍ୟରେ ଆଜି ୧୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯୪୮ ରେ ପହଁଚିଛି । ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୧୦୫୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୮୮୯ଜଣ ରାଜ୍ୟର ବିଭିର୍ଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆଜି ସକାଳୁ ୧୯ଜିଲ୍ଲାରୁ ସର୍ବାଧିକ ୧୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେନ୍ଦ୍ରାପଡ଼ାରେ ସର୍ବାଧିକ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତି ୧୬, ନୂଆପଡ଼ା ୧୨, ବଲାଙ୍ଗୀର ୧୧, ଗଞ୍ଜାମରୁ ୧୦, ଯାଜପୁରରେ ୧୦, ଖୋର୍ଦ୍ଧାରେ ୭, ବାଲେଶ୍ୱର ୬, ସୁନ୍ଦରଗଡ଼ ୬, ମୟୁରଭଞ୍ଜ ୬, ବରଗଡ଼ ୬, କଟକ ୫, ପୁରୀ ୪, ଦେବଗଡ଼ ୪, କେନ୍ଦୁଝରରୁ ୩ ଓ ଜଗତସିଂହପୁର ଜିଲ୍ଲାରୁ ୨ଜଣ, ମାଲକାନଗିରି, ସମ୍ବଲପୁର ଓ ଢ଼େଙ୍କାନାଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।
କେନ୍ଦ୍ରାପଡ଼ାରେ ଆଜିର ୧୮ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି ପାଇଛି । ଗଜପତିରେ ଆଜିର ୧୬ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।ନୂଆପଡ଼ାରେ ଆଜିର ୧୨ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ସେହିପରି ବଲାଙ୍ଗୀରରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦କୁ ବୃଦ୍ଧି ପାଇଛି ।ଗଞ୍ଜାମ ଜିଲ୍ଲାରେ ଆଜିର ୧୦ଜଣଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୪୧୪କୁ ବୃଦ୍ଧି ପାଇଛି । ଯାଜପୁରରେ ଆଜିର ୧୦ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୯କୁ ବୃଦ୍ଧି ପାଇଛି ।ଖୋର୍ଦ୍ଧା ଜିଲ୍ଲାରେ ଆଜିର ୭ଜଣ ଆକ୍ରାନ୍ତଙ୍କୁ ମିଶାଇ ସଂଖ୍ୟା ୧୩୮କୁ ବୃଦ୍ଧି ପାଇଛି । ବାଲେଶ୍ୱର ଜିଲ୍ଲାରେ ଆଜିର ୬ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୫୨ କୁ ବୃଦ୍ଧି ପାଇଛି । ସୁନ୍ଦରଗଡ଼ରେ ଆଜିର ୬ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କସଂଖ୍ୟା ୫୪କୁ ବୃଦ୍ଧି ପାଇଛି । ସେହିପରି ମୟୁରଭଞ୍ଜରେ ଆଜିର ୬ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ବରଗଡ଼ ଜିଲ୍ଲାରେ ୬ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରେ ଆଜିର ଆକ୍ରାନ୍ତ ୫ଜଣଙ୍କୁ ମିଶାଇ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଛି । ପୁରୀ ଜିଲ୍ଲାରେ ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ଦେବଗଡ଼ ଜିଲ୍ଲାରେ ୪ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି ।କେନ୍ଦୁଝର ଜିଲ୍ଲାରେ ୩ଜଣଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଜଗତସିଂହପୁରରେ ଆଜିର ୨ଜରଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ମାଲକାନ ଗିର ଜିଲ୍ଲାରେ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।ସମ୍ବଲପୁରରେ ଆଜିର ଜଣଙ୍କୁ ମିଶାଇ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଢ଼େଙ୍କାନାଳରେ ଆଜିର ଜଣଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି ।

Comments (0)
Add Comment