ରଜରେ ଫିକା ପଡ଼ିଲା ନନ୍ଦନକାନନ

ଶେଷରଜରେ ନନ୍ଦନକାନନରେ ୧୪,୬୨୪ପର୍ଯ୍ୟଟକପର୍ଯ୍ୟଟକ

ବାରଙ୍ଗ, ୧୬ା୬(ଏସଏସନିଉଜ) ଚଳିତ ବର୍ଷ ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଫିକା ପଡିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇଛି । ନନ୍ଦନକାନନରେ ଚଳିତବର୍ଷ ଶେଷରଜରେ ଆଶାନୁପାତ ପର୍ଯ୍ୟଟକଙ୍କ ସମାଗମ ହୋଇନଥିଲା। ଅତ୍ୟାଧିକ ଗରମ ସାଙ୍ଗକୁ ଗୁଳୁଗୁଳି ସତ୍ତ୍ବେ ରଜ ତିନି ଦିନରେ ମୋଟ ୪୯ ହଜାର ୧୧ଜଣପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ।ପ୍ରଥମ ରଜରେ ୧୨ହଜାର ୮୩୬ଜଣ,ଦ୍ବିତୀୟ ରଜରେ ୨୧ହଜାର ୫୫୧ ଜଣ ଓ ଶେଷରଜରେ ୧୪ ହଜାର ୬୨୪ ଜଣପର୍ଯ୍ୟଟକ ନନ୍ଦନକାନନକୁ ଆସିଥିଲେ ।ସେମାନଙ୍କ ମଧ୍ୟରେ ଅଫଲାଇନରେ ୧୪,୫୧୬ ଜଣ,ଅନଲାଇନରେ ୯୮ଜଣପର୍ଯ୍ୟଟକ ଟିକଟ ସଂଗ୍ରହ କରିଥିଲେ।୧୦ ଜଣ ଭିନକ୍ଷମ ବ୍ୟକ୍ତି ମାଗଣାରେ ପ୍ରବେଶ କରିଥିଲେ।ଗତବର୍ଷ ଅପେକ୍ଷା ଚଳିତବର୍ଷ ରଜତିନିଦିନରେ ୩୬ ହଜାର ୯୩୬ ଜଣପର୍ଯ୍ୟଟକ କମ୍ ଆସିଥିବା ଜଣାପଡିଛି।
ସେହିପରି ରଜ ତିନିଦିନରେ ରାଜ୍ୟଉଭିଦ ଉଦ୍ୟାନକୁ ୨୨୦୪ ଜଣପର୍ଯ୍ୟଟକ ପର‌୍ୟ୍ୟଟକ ଆସିଥିଲେ।ପ୍ରଥମ ରଜରେ ୭୬୨ଜଣ ,ଦ୍ବିତୀୟ ରଜରେ ୭୭୫ଜଣ ଓ ଶେଷ ରଜରେ ୬୬୭ ଜଣପର୍ଯ୍ୟଟକ ବୁଲିବାକୁ ଆସିଥିଲେ ।ଏହାସହିତ ୧୮୭ଟି ଦୁଇ ଚକିଆ ଯାନ,୩ଟି ତିନି ଚକିଆ ଯାନ,୨୭ଟି ଚାରି ଚକିଆ ଯାନ ଓ ୨ଟି ଡିଜିଟାଲ କ୍ୟାମେରା ବାବଦରେ ଅର୍ଥ ସଂଗ୍ରହ କରାଯାଇଛି ।ଗତବର୍ଷ ଅପେକ୍ଷା ଚଳିତ ବର୍ଷ ରଜ ତିନି ଦିନରେ ରାଜ୍ୟଉଭିଦ ଉଦ୍ୟାନକୁ ୧୫୧ଜଣପର୍ଯ୍ୟଟକ କମ୍ ଆସିଥିଲେ ।

Comments (0)
Add Comment