ରାସ୍ତା ଉପରେ ରୋଇଲେ ଧାନ

ନବରଙ୍ଗପୁର,୧୩/୮(ଏସଏସନିୟୁଜ)ଗାଁର ବିକାଶପାଇଁ ସରକାର ବହୁବିଧ ଯୋଜନାମାନକରୁଛନ୍ତି । ଗମନାଗମନରେ ସୁବିଧା ଦେବାପାଇଁ ଗାଁଗାଁକୁ ପକ୍କା ସଡକ ନିର୍ମାଣ ମଧ୍ୟ କରୁଛନ୍ତି ।କିନ୍ତୁ ନବରଙ୍ଗପୁର ବ୍ଲକ ବଡ କୁମୁଲି ପଞ୍ଚାୟତର ତେଲିଗୁଡା ଗ୍ରାମରେ ସ୍ଥିତି କିନ୍ତୁ ଓଲଟା ।ପ୍ରସାସନର ଅପହଁଚ ଭଳି ମନେହେଉଛି । ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କ କାର‌୍ୟ୍ୟ।ଳୟ ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଏହି ରାସ୍ତା କାଦୁଅରେ ଭର୍ତି ।ଏହି ରାସ୍ତାଉପରେ ୩ଟି ବ୍ଲକ ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ଓ ଆଖପାଖ ଗ୍ରାମବାସୀ ମାନେ ଯାତାୟତପାଇଁ ନିର୍ଭରଶୀଳ। କିନ୍ତୁ ରାସ୍ତାର ଅବସ୍ଥା ବଦଳିପରିନାହିଁ ।ପ୍ରଶାସନର ବହୁବାର ଦୃଷ୍ଟିଆକର୍ଷଣ ସତ୍ୱେ ରାସ୍ତାର ନିର୍ମାଣ କାର‌୍ୟ୍ୟ ହୋଇ ପାରିନାହିଁ ।ଯାହାଫଳରେ ଗ୍ରାମବାସୀମାନେ ଆଜି ନିଆରାଢଙ୍ଗରେ ପ୍ରତିବାଦ କରିଛନ୍ତି ।ରାସ୍ତା ମଝିର ଆଣ୍ଠୁଏ କାଦୁଅ ରାସ୍ତାରେ ଧାନ ରୋଇ ପ୍ରତିବାଦ ଜଣାଇଛନ୍ତି ଗ୍ରାମବାସୀା
୍ଖ

Comments (0)
Add Comment