ରାସ୍ତାରେ ପଡିଲା ବିଦ୍ୟୁତ ଖୁଣ୍ଟ

ବାରଙ୍ଗ,୨୮/୨(ଏସଏସନିୟୁଜ)ଭୁବନେଶ୍ୱର ଉପକଣ୍ଠ ଦାଢ଼ା ପଞ୍ଚାୟତ ର କେନ୍ଦୁପାଟଣା ଗ୍ରାମ ମୁଖ୍ୟ ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ି ଯାତାୟାତ ବନ୍ଦ।ଦୀର୍ଘ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ଵରେ ଯାନ ବାହନ ଅଟକି ରହିଥିଲା।ସୂଚନାନୁସାରେ ଉକ୍ତ ଗ୍ରାମର ଗୟାଧର ବେହେରା ନିଜ ଘର ନିକଟସ୍ଥ ଗ୍ରାମ ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଚାକୁଣ୍ଡା ଗଛ ଡ଼ାଳକୁ ମେସିନ ସାହାଯ୍ୟରେ କାଟୁଥିଲେ।ହେଲେ ଦୁର୍ଭାଗ୍ୟ ବଶତଃ ଗଛର ଡାଳ ବିଦ୍ୟୁତ୍ ତାର ଉପରେ ପଡ଼ିବାରୁ ଦୁଇଟି ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିଲା।ଗୋଟିଏ ଗ୍ରାମ ମୁଖ୍ୟ ରାସ୍ତା ଉପରେ ପଡ଼ି ରହିଥିଲା।ଅନ୍ୟଟି ଗୟାଧରଙ୍କ ଘର ନିକଟରେ ଭାଙ୍ଗି ପଡ଼ିଥିଲା।ଫଳରେ ଦୀର୍ଘ ଏକ ଘଣ୍ଟା ସମୟ ପର୍ଯ୍ୟନ୍ତ ସେହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।ଖୁଣ୍ଟରେ ବିଦ୍ୟୁତ୍ ସରବରାହ ଥିବାରୁ ପଥଚାରୀ ଓ ଗ୍ରାମବାସୀ ଭୟଭୀତ ହୋଇପଡ଼ିଥିଲେ।ଖବର ପାଇ ବିଦ୍ୟୁତ୍ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ବିଦ୍ୟୁତ୍ ସରବରାହ ବନ୍ଦ କରିଥିଲେ।ପରେ ରାସ୍ତ ଉପରୁ ଭଙ୍ଗା ବିଦ୍ୟୁତ୍ ଖୁଣ୍ଟକୁ ହଟାଇଥିଲେ।ଯଦ୍ୱାରା ଯାତାୟାତ ସ୍ଵାଭାବିକ ହୋଇଥିଲା।ହେଲେ ଉକ୍ତ ଅଞ୍ଚଳର ୧୫୦ ରୁ ଉର୍ଦ୍ଧ ପରିବାର ବିଦ୍ୟୁତ୍ ଯୋଗାଯୋଗ ରୁ ବିଚ୍ଛିନ୍ନ ରହିଛନ୍ତି।ଅନ୍ୟପଟେ ତୁରନ୍ତ ନୂତନ ବିଦ୍ୟୁତ୍ ଖୁଣ୍ଟ ବସାଯାଇ ବିଦ୍ୟୁତ୍ ସଂଯୋଗ ଦେବାକୁ ଗ୍ରାମବାସୀ ବିଦ୍ୟୁତ୍ କର୍ମଚାରୀଙ୍କୁ ଜଣାଇଛନ୍ତି।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Comments (0)
Add Comment