ରାତି ଅନିଦ୍ରା ରହିବେ ସାଆନ୍ତେ

ଭୁବନେଶ୍ୱର;୧୯/୧୨ (ଏସ୍ଏସ୍ଏନ୍) ରାତି ଅନିଦ୍ରା ରହିବେ କାଳିଆ ସାଆନ୍ତେ । ଆଉ ତାଙ୍କ ଭକ୍ତଙ୍କୁ ସାରାରାତି ଦର୍ଶନ ଦେବେ । ଏହି ଖବର ପ୍ରସାର ପଚାର ହେବା ପରେ ଭକ୍ତଙ୍କ ମନରେ ଆଧ୍ୟତ୍ମିତ ଭାବନା ଜାଗ୍ରତ ହୋଇ ଉତ୍କକୃଣ୍ଠା ସହ ଅନେଇ ବସିଛନ୍ତି ସେଇଦିନକୁ । କାଳିଆ ସାଆନ୍ତକୁ ଦର୍ଶନ କରିବେ ଆଉ କୃପାଭିକ୍ଷା ଲାଭ କରିବେ ।  ଆସନ୍ତା ୨୫ ତାରିଖରେ ରାତିସାରା ଜଗାକୁ ଦର୍ଶନ କରିବେ ଭକ୍ତ ।   ଏହାପୂର୍ବରୁ ରାତିସାରା ମହାପ୍ରଭୁଙ୍କୁ ହୁଏତ କେହି ଦର୍ଶନ କରିନଥିବେ ।ଆଉ ଏହାସହ ପ୍ରଥମ ଥର ପାଇଁ ସାରା ରାତି ଶ୍ରୀମନ୍ଦିର ଖୋଲା ରହିବ ଓ ଭକ୍ତ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।ନିକଟ ଅତୀତରେ କେବେ ଏହିଭଳି ଦେଖିବାକୁ ମିଳିନଥିଲା ବେଳେ ଭକ୍ତ ମାନେ ପ୍ରଥମଥର ପାଇଁ ରାତିସାରା ବଡଠାକୁରଙ୍କ ଦର୍ଶନ କରିବାର ସୁଯୋଗ ପାଇପାରିବେ ।ପ୍ରକାସ ଯେ ,  ଆସନ୍ତା ଡିସେମ୍ବର ୨୬ ତାରିଖରେ ଦେଖିବାକୁ ମିଳିବ ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ । ତେବେ ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିନିଘଣ୍ଟ ପ୍ରସ୍ତୁତ କରାଯାଇଛି । ୨୬ ତାରିଖ ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ସୂର୍ଯ୍ୟପରାଗ ଆରମ୍ଭ ହୋଇ ମଧ୍ୟାହ୍ନ ୧୧ଟା ୨୦ ମିନିଟରେ ଶେଷ ହେବ । ପ୍ରାୟ ୩ ଘଣ୍ଟା ୯ ମିନିଟ୍ ୨ ସେକେଣ୍ଡ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହି ସମୟରେ ପାକ ତ୍ୟାଗ କରିବା ସହ ଦେବ ନୀତି ନିଷେଧ ରହିବ ।

ତେବେ ସୂର୍ଯ୍ୟପରାଗ ଗ୍ରାସ କରିବାର ୧୨ ଘଣ୍ଟା ପୂର୍ବରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜା ସମ୍ପନ୍ନ କରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ସୂର୍ଯ୍ୟପରାଗ ସ୍ୱର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ୨୫ ରିଖ ରାତ୍ରି ୮ଟା ୨୦ ମିନିଟଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ତେଣୁ ଗ୍ରହଣ ନୀତିକୁ ନେଇ ୨୫ ତାରିଖ ରାତ୍ର ୮ଟା ୨୦ ମିନିଟ ପୂର୍ବରୁ ଦେବନୀତି ସମ୍ପନ୍ନ କରିବାକୁ ପଡିବ । ତେବେ ୨୫ ରିଖ ରାତି ୮.୨୦ରୁ ସମସ୍ତ ନୀତି ବନ୍ଦ ରହି ସାରା ରାତି ଶ୍ରୀମନ୍ଦିର ଖୋଲା ରହିବ। ଏହି ସମୟରେ ଶ୍ରୀଜିଉଙ୍କୁ ରାତି ସାରା ଦର୍ଶନ କରିପାରିବେ ଭକ୍ତ । ତେବେ ଏହି ସୂର୍ୟ୍ୟ ପରାଗ ପାଇଁ ନୀତି ଶୃଙ୍ଖଳିତ ଓ ସରଳ ହେବ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତ କହିଛନ୍ତି।

ସେପଟେ ପଂଜିକାର ଓ ଶ୍ରୀମନ୍ଦିର ପ୍ରଶାସନ ମୁକ୍ତିମଣ୍ଡପ ପଣ୍ଡିତ ସଭା ସୁଚନା ଅନୁଯାୟୀ ସୂର୍ଯ୍ୟପରାଗ ସ୍ପର୍ଶ ଦିନ ୮ଟା ୨୦ ମିନିଟରେ ଗ୍ରହଣ ସ୍ପର୍ଶ ହୋଇ ଦିନ ୧୧ଟା ୨୦ରେ ମୋକ୍ଷ ହେବ । । ତେଣୁ ଗ୍ରହଣ ନୀତିକୁ ନେଇ ୨୫ ତାରିଖ ରାତ୍ର ୮ଟା ୨୦ ମିନିଟ ପୂର୍ବକୁ ଦେବନୀତି ସମ୍ପନ୍ନ କରିବାକୁ ପଡିବ । ତେଣୁ ୨୬ରେ ଗ୍ରହଣ ପରେ ଗ୍ରହଣ ମହାସ୍ନାନ , ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ମାନ ହେବ ବୋଲି ଜଣାପଡିଛି ।

 

 

Comments (0)
Add Comment