ରୋଜଗାର ମାମଲାରେ ଶୀର୍ଷରେ ଆଲିଆ ଭଟ୍ଟ: ବର୍ଷେରେ ଆୟ କରିଛନ୍ତି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ,୨୧/୧(ସତ୍ୟସନ୍ଧାନ ଡେସ୍କ)୨୦୨୦ବର୍ଷ ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ ଖରାପ ସମୟ ଥିଲା। ବଲିଉଡର ଅନେକ କଳାକାର ସବୁଦିନ ପାଇଁ ଦୁନିଆକୁ ଅଲବିଦା କରିଛନ୍ତି। କରୋନା ମହାମାରୀ ଯୋଗୁଁ ଏହି ବର୍ଷ କୌଣସି ବଡ ଫିଲ୍ମ ରିଲିଜ ହୋଇନାହିଁ। ରିଲିଜ ହେବାକୁଥିବା ଫିଲ୍ମର ତାରିଖ ମଧ୍ୟ ସ୍ଥଗିତ ରଖି ଦିଆଯାଇଥିଲା। ଅନେକ କଳାକାର ଆର୍ଥିକ ସ୍ଥିତି ଦେଇ ଗତି କଲେ। ଜମା ପୁଞ୍ଜି ଶେଷ ହୋଇଯିବାରୁ ଆର୍ଥିକ ସମସ୍ୟା ସାମ୍ନା କରିବାକୁ ପଡିଥିଲା। କିଛି କଳାକାର ଆର୍ଥିକ ସମସ୍ୟା ଯୋଗୁଁ ନିଜ ହୋମ୍ ଟାଉନକୁ ଚାଲି ଯାଇଥିଲେ। କିନ୍ତୁ ବଲିଉଡ୍ ଅଭିନେତ୍ରୀଙ୍କୁ ଏସବୁ ସାମ୍ନା କରିବାକୁ ପଡିନି। ଅଭିନେତ୍ରୀଙ୍କ ପାଖରେ ୨୦୧୯ର ଶେଭିଂ ଥିଲା ଏବଂ ୨୦୨୦ରେ ରୋଜଗାର ପନ୍ଥା ଥିଲା ବିଜ୍ଞାପନ। ବିଜ୍ଞାପନ ଜରିଆରେ ରୋଜଗାର ଜାରି ରହିଲା।
ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ଷ ୨୦୨୦ ରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇନାହାନ୍ତି। କରୋନା ମହାମାରୀ ଓ ଲକଡାଉନ୍ ସମୟରେ ସେ ପୁରା ରିଲାକ୍ସ ଥିଲେ। ୨୦୧୯ ରେ ଆଲିଆ ଭଟ୍ଟ ୫୯.୧୨ କୋଟି ଟଙ୍କା ରୋଜଗାର କରିଥିଲେ। ୨୦୧୯ ରେ ସେ ‘ଗଲ୍ଲି ବଏ’ ଭଳି ହିଟ୍ ଫିଲ୍ମ ଦେଇଥିଲେ। ଫିଲ୍ମ ଗଲ୍ଲି ବଏ ପାଇଁ ତାଙ୍କୁ ବେଷ୍ଟ ଆକ୍ଟ୍ରେସ୍ ଆୱାର୍ଡ ମିଳିଥିଲା।

Comments (0)
Add Comment