ସାବାସ ସଂଗ୍ରାମ !

ଖୁଣ୍ଟୁଣୀ,୮/୨(ଏସଏସନିୟୁଜ)ପୋଲଟି ଦୀର୍ଘ ୨ ବର୍ଷ ହେବ ଭାଙ୍ଗି ଯାଇଥିଲା ।ଏହି ଭଙ୍ଗା ପୋଲ ଉପରେ ପଥର ପକାଇ ବାଇକ ଠାରୁ ଆରମ୍ଭ କରି କାର, ସାଇକେଲ ଇତ୍ୟାଦି ଯାଉଥିଲା । ବିପଦସଙ୍କୁଳ ଅବସ୍ଥାରେ ସମସ୍ତେ ଯାତାଯତ କରୁଥିଲେ ମଧ୍ୟ ଏହାର ମରାମତି ପ୍ରତି କେହି ଗୁରୁତ୍ଵ ଦେଉନଥିଲେ ।କେତେକ ଭଙ୍ଗା ପୋଲ ଉପରେ ପଡି ଖଣ୍ଡିଆ ଖାବରା ମଧ୍ୟ ହୋଇଥିଲେ ।ଏପରିକି ପ୍ରଶାସନ ,ନେତା ,ଗ୍ରାମ ଛାମୁଆ ନେତା କେହି ଦ୍ରୁଷ୍ଟି ଦେଉନଥିଲେ ।ଏହି ଭଗ୍ନ ପୋଲଟି ପଞ୍ଚାୟତ ଅଫିସ ଓ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଭୋଗରା ଗ୍ରାମରେ ଥିଲା ।

ଶେଷରେଏହି ପୋଲଟିକୁ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ ଭୋଗରା ଗ୍ରାମର ଆଗ୍ରହୀ ଯୁବକ ସଂଗ୍ରାମ ମହାନ୍ତି । ସଂଗ୍ରାମ ନିଜ ପାରିଶ୍ରମିକରୁ ପିଲା ଛୁଆଙ୍କ ପେଟରୁ କାଟି, ନିଜ ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥାକୁ ସହ୍ୟ କରି ନପାରି ଗତ ମାସରେ ଏହି ପୋଲ କାମ ନିଜସ୍ୱ ରୋଜଗାରରୁ ଆରମ୍ଭ କରି ଏବେ ୪ ଦିନ ତଳେ ଶେଷ କରିଛନ୍ତି । ଖାଲି ବାକି ଅଛି ଏହା ଉପରେ ତାଙ୍କ ଗ୍ରାମର ଲୋକେ କେବେ ଚାଲିବେ , ଆଉ ତାଙ୍କୁ ଖୁବ ଆତ୍ମସନ୍ତୋଷ ମିଳିବ । କିଏ ଇନ୍ଦିରା ଆବାସ, କିଏ ବନ୍ଧ, ବାଡ଼, ନାଳ, ରାସ୍ତା କାମ କରି ରାଜନୀତି ନାମରେ ଲକ୍ଷ ଲକ୍ଷ ଟଙ୍କା ମୁନାଫା ଉଠାଉଥିବା ବେଳେ, ସଂଗ୍ରାମ କିନ୍ତୁ ଏମାନଙ୍କ ଠାରୁ ସମ୍ପୂର୍ଣ ଭିର୍ଣ କରିଥିବା କାର୍ଯ୍ୟ ହି ପ୍ରମାଣ ଦେଇଛି । ଯାହାପ୍ରତି ସରକାର କି ପ୍ରଶାସନ ଦ୍ରୁଷ୍ଟି ଦେଲାନହି ,ସଂଗ୍ରାମ ଏହି ଲୋକହିତକର,ନିଃସ୍ୱାର୍ଥପର ତଥା ପ୍ରଶଂସନୀୟ କାର୍ଯ୍ୟ କରି ବେଶ ଚର୍ଚାକୁ ଆସିବା ସହ ସମସ୍ତେ ତାଙ୍କୁ ସାବାସୀ ଦେଉଛନ୍ତି ।

Comments (0)
Add Comment